ବାରିପଦା, ୦୩/୦୮(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଦାବିରେ ମାସାଆର୍ମୀ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରାଯାଇ ଜୋରଦାର ବିକ୍ଷୋବ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ବଦଳି ନକଲେ ଚଳିତ ମାସ ୧୧ ତାରିଖ ମୟୂରଭଞ୍ଜ ବନ୍ଦ ହେବ ବୋଲି ଚେତାବନୀ ଦିଆଯାଇଛି। ଉକ୍ତ ସ୍ମାରକପତ୍ରରେ, ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯିବା, ସରକାରଙ୍କ ୩ ବର୍ଷିଆ ବଦଳି ନିୟମକୁ ସମସ୍ତ ସରକାରୀ ବିଭାଗରେ କଡ଼ାକଡ଼ି ଭାବେ ଲାଗୁ କରିବା, ବିପଦସଂକୁଳ ଅବସ୍ଥାରେ ଥିବା ମୟୂରଭଞ୍ଜର ସମସ୍ତ ବିଦ୍ୟାଳୟକୁ ଚିହ୍ନଟ କରି ତୁରନ୍ତ ମରାମତି କରାଯିବା ସହ ଭିତ୍ତିଭୂମିର ବିକାଶ କରାଯିବା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯାଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା, ଛାତ୍ରଛାତ୍ରୀଙ୍କୁ ପ୍ରୋଟିନ ଯୁକ୍ତ ଓ ପୌଷ୍ଟିକ ମଧ୍ୟାହ୍ନ ଭୋଜନ ନିୟମିତ ଭାବେ ପ୍ରଦାନ କରିବା, ତ୍ରୁଟିଶୂନ୍ୟ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରଦାନ କରାଯିବା ଭଳି ଦାବିମାନ କରାଯାଇଛି।ଆଜିର ଘେରାଉ ଓ ବିକ୍ଷୋବ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ରାଜ୍ୟ କାର୍ଯ୍ୟକାରୀ ସଭାପତି ସୂର୍ୟା ନାରାୟଣ ମୁର୍ମୁ, ରାଜ୍ୟ ସମ୍ପାଦକ ପଦ୍ମ ଲୋଚନ ମୁର୍ମୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଟିକା ବାଦଲ ମାରାଣ୍ଡି, ବାରିପଦା ଉପଖଣ୍ଡ ସଭାପତି ଶଙ୍କର ବାସ୍କେ, କୃଷ୍ଣ ଟୁଡ଼ୁ, ବିଶୁ ମୁର୍ମୁ, ଚାନ୍ଦ୍ରାୟ ମାରାଣ୍ଡି, ରାଜେଶ ମାରାଣ୍ଡି, ବାଦଲ ମୁର୍ମୁ, ରାଇସେନ ମୁର୍ମୁ, ଦୀପକ ହେମ୍ବ୍ରମ, ସୁବାଷ ମୁର୍ମୁ, ବୀରଭୀମ ମାରାଣ୍ଡି, ପି.ଏସ. ମେମ୍ବର ସୁନିଲ କୁମାର ଟୁଡୁ, ସରପଞ୍ଚ ମଙ୍ଗଲ ବ୍ରଜେଶ ମୁର୍ମୁ, ଅବିନାଶ ମାରାଣ୍ଡି,ଚିତ୍ତ ମାରାଣ୍ଡି, ବିକ୍ରମ ମୁର୍ମୁ, ଗୌରୀ ଶଙ୍କର ଟୁଡୁ, ମିଥୁନ ମାରାଣ୍ଡି, ଲାଲ ମୋହନ ବାସ୍କେ, ଧରମବୀର ହେମ୍ବ୍ରମ ପ୍ରମୁଖ ସାମିଲ ଥିଲେ।

