ବାରିପଦା,୦୧/୦୮(ପାଇକପୁଅ)ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉ.ପ୍ରା ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାଷା ଓ ଗଣିତ ଭିତ୍ତିକ କାର୍ଯ୍ଯକ୍ରମ ଉଡ଼ାନ – ୩ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପିଲାଙ୍କ ଭବିଷ୍ୟତ ଗଠନରେ ପ୍ରାଥମିକ ଶିକ୍ଷାରେ ଭାଷା ଓ ଗଣିତ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ପେଡାଗଡ଼ି ସଂଯୋଜକ ଶୈଳବାଳା ବେହେରା, ଜିଲ୍ଳା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ,ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସ, କୁଳିଅଣା ବ୍ଲକ ବିଆରସିସି ସରସ୍ବତୀ ସିଂ, ଡାଏଟର ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ଵର ଘୋଷ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଏହି କାର୍ଯକ୍ରମରେ ବାରିପଦା ବ୍ଲକ ର ସମସ୍ତ ସିଆରସିସି ମଧ୍ୟ ଅଂଶଗ୍ରହଣ କରିଥିଲେ।ଏଥିରେ ୪ ଟି ବିଭାଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।ତର୍କ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ଶିବାନୀ ସୋନାଲୀ ସାହା ପ୍ରଥମ, ସୁନ୍ଦର ହସ୍ତାକ୍ଷରରେ ବିଜୟରାମଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ସୋନାଲୀ ପାଣ୍ଡିଆ, ଏବଂ କୁଇଜ ରେ ପ୍ରିୟାଂଶୀ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଏଥିରେ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ହଷ୍ଟେଲର ପାର୍ଟ ଟାଇମ ଟିଚର ତଥା କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

