ବାରିପଦା,୩୧/୦୭(ପାଇକପୁଅ)ବାରିପଦା ସହରର ୱାର୍ଡ ନଂ ୧୫, ପୂର୍ଣ୍ଣଚନ୍ଦ୍ରପୁର ନିବାସୀ ଉମାକାନ୍ତ ଗୋଛାୟତ ଜୀବିକା ନିର୍ବାହ ପାଇଁ ଦାଦନ ଶ୍ରମିକ ଭାବରେ ଚେନ୍ନାଇ ଯାଇଥିବା ବେଳେ, ସେଠାରେ କାମ କରୁଥିବା ଅବସ୍ଥାରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ଘଟିଛି।ତେବେ ଆଜି ତାଙ୍କର ଅକାଳ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରବର୍ଗ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।ଉମାକାନ୍ତ ଗୋଛାୟତଙ୍କ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ତାଙ୍କ ମୃତ ଦେହ ସୁଦୂର ଚେନ୍ନାଇରୁ ଆଣିବା ସମ୍ଭବପର ହୋଇନଥିବାରୁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଗୋଛାୟତ ତଥା ପରିବାରବର୍ଗଙ୍କୁ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତିଙ୍କ ସହ ମିଶି ବାରିପଦା ନଗରପାଳ କୃଷ୍ଣା ନନ୍ଦ ମହାନ୍ତିଙ୍କୁ ସହାୟତା ପାଇଁ ଜଣାଇବାରୁ ନଗରପାଳଙ୍କ ତତ୍ୱାବଧାନରେ ପରିବାର ବର୍ଗ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ସାକ୍ଷାତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ଦେହ ଆଣିବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ।ତେବେ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

