ବାରିପଦା, ୨୬/୦୭(ପାଇକପୁଅ)ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସାହିତ୍ୟିକ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ଓ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା ପ୍ରତିଶ୍ରୁତିର ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି। ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟଅତିଥି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟବକ୍ତା, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ସମ୍ମାନିତ ଅତିଥି, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଦୀପକ ଗୋଚ୍ଛାୟତ ପ୍ରମୁଖ ସମ୍ମାନୀତ ବକ୍ତାଭାବେ ଭାବେ ଯୋଗ ଦେଇ ପତ୍ରିକାକୁ ଉନ୍ମୋଚନ କରିବା ସହିତ ଏହି
ପତ୍ରିକା ଦୀର୍ଘ ୪୪ ବର୍ଷ ଧରି ମୟୂରଭଞ୍ଜରେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଆନ୍ଦୋଳନ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିବା ସହିତ ସାହିତ୍ୟ ଗୋଟିଏ ଜାତିର ସ୍ପନ୍ଦନ ବୋଲି ଉଲ୍ଲେଖ କରିଥିଲେ। ସଭାପତି ଡା. ଜେନା ଆଧ୍ୟାତ୍ମିକ ସାହିତ୍ୟ ହିଁ ମାନବ ଜୀବନକୁ ସୁଧାରିବାକୁ ସମର୍ଥ ବୋଲି କହିଥିଲେ। ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହିତ ଓଡ଼ିଶାର ବହୁ ଜଗନ୍ନାଥ
ସଂସ୍କୃତି ଗବେଷକଙ୍କର ରଚନାରେ ସମୃଦ୍ଧ ଏ ପତ୍ରିକା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

