ବାରିପଦା,୨୩/୦୭(ପାଇକପୁଅ) ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୬ତମ ଅଲ ଓଡିଶା ଜୁନିୟର ଓ ସବ ଜୁନିୟର ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟାନସିପରେ ବାରିପଦାର ଅର୍କ ମୁଖାର୍ଜୀ ୧୬ ବର୍ଷରୁ କମ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବାରିପଦା ସହର ୧୦ନଂ ୱାର୍ଡର ବାସିନ୍ଦା କଲ୍ଲୋଳ ମୁକାର୍ଜୀ ଓ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କ ସୁପୁତ୍ର। ଅର୍କ ୨୦୦ମି ବେକ ଷ୍ଟ୍ରୋକରେ ୩ୟ ସ୍ଥାନ ଅଧିକାର କରି ଏହି ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ କୋଚ ନେଲସନ ଲାକ୍ରା ଓ ଗୁଲାପି କାଲୋଙ୍କୁ ଶ୍ରେୟ ଦେଇଛନ୍ତି।ସେ ବର୍ତ୍ତମାନ ଟିକରପଡାସ୍ଥିତ ସରକାରୀ ପଲିଟେକନିକ କଲେଜରେ ପାଠ ପଢୁଛନ୍ତି ଓ ତାଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନ କତୃପକ୍ଷ, ଛାତ୍ରଛାତ୍ରୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ସୁଭାଶିଷ ନାୟକ ଅଭିନନ୍ଦନ ଜଣାଇଛନ୍ତି।

