ଯୋଡ଼ା,୨୦/୦୭(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ସୋମବାର ଦିନ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।ତେବେ ମହିଳା ଜଣକ ହେଲେ ଶାସ୍ତ୍ରୀନଗରର ଗୌତମ ଶର୍ମାଙ୍କ ପତ୍ନୀ ପୁଷ୍ପା ଶର୍ମା ବୟସ (୩୮)।ସୂଚନା ଅନୁଯାୟୀ ପୁଷ୍ପା ନିତିଦିନ ଭଳି ସକାଳୁ ନିଜ କାମ ସାରିଥିଲେ। ନିଜ ଝିଅଙ୍କୁ କକାଙ୍କ ଘରକୁ ଯାଇ ମେଗି ବନେଇବା ପାଇଁ ପଠେଇ ଦେଇଥିଲେ। ପ୍ରାୟ ୧୦ ଘଟିକା ସମୟରେ ହଠାତ ନିଜ ଘର ଭିତରୁ କବାଟ ବନ୍ଦ କରି ଘରର ଏଙ୍ଗେଲରେ ଓଢ଼ଣି ଲଗେଇ ଝୁଲି ପଡିଥିଲେ।ପରେ ତାଙ୍କ ଝିଅ କବାଟ ପାଖକୁ ଆସି ଡାକିବାରୁ ଜବାବ ମିଳି ନ ଥିଲା ତେଣୁ ପରିବାର ଲୋକେ କବାଟ ଭାଙ୍ଗିଲା ପରେ ପୁଷ୍ପାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ।ତେବେ ସେମାନେ ତୁରନ୍ତ ଟାଟା ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ପୁଷ୍ପାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କ ମୃତ୍ୟୁ ଖବର ପାଇ ସ୍ତାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

