ବାରିପଦା, ୧୭/୦୭(ପାଇକପୁଅ)ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରତିବର୍ଷ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।ପ୍ରବଳ ଗ୍ରୀଷ୍ମ ଓ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟ (ଏମସିଏଏମ) ଏନଏସଏସ ଓ ୟୁଥ ରେଡକ୍ରସ ୟୁନିଟର ମିଳିତ ଆନୁକୂଲ୍ୟରେ ଏକ ଜଳଛତ୍ର ଆଜି ଉଦଘାଟିତ ହୋଇଯାଇଛି।ଆଜି ପୂର୍ବାହ୍ନ ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଜଳଛତ୍ରକୁ ଉଦଘାଟନ କରି ଏଭଳି ସେବାମୂଳକ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ବୁଧାନ ମୁର୍ମୁ, ଏବିଭିପିର ରାଜ୍ୟ ସଭାପତି ଡ଼. ଦେବେଶ ଚନ୍ଦ୍ର ହୋତା, କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକ, ମେରା ଯୁବା ଭାରତର ଜାତୀୟ ସ୍ତରର ସ୍ୱେଚ୍ଛାସେବକ ସାଇ ରଞ୍ଜନ ଲେଙ୍କା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ନାୟକ, ୟୁଥ ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ପୂଜା ଶତପଥୀଙ୍କ ସମେତ କଲେଜର ଏନଏସଏସ ଓ ୟୁଥ ରେଡକ୍ରସ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ। ରଥଯାତ୍ରା ଅବଧିରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯିବା ସହ ସ୍ୱେଚ୍ଛାସେବକ ମାନେ ଭକ୍ତମାନଙ୍କ ସହାୟତା, ଶୃଙ୍ଖଳା ରକ୍ଷା ଏବଂ ସେବା କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ନିୟୋଜିତ ରହିବେ।

