ଯୋଡ଼ା, ୧୩/୦୭(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ରେ ଥିବା ମାଇନିଙ୍ଗ ଏରିୟା ଟ୍ରକ୍ ଓନର ଆସୋସିଏସନ୍ ର ନିର୍ବାଚନ ଜୁଲାଇ ୧୪ ରେ ହେବାକୁ ଯାଉଥିବା ବେଳେ ଉଭୟ ପକ୍ଷ ନିର୍ବାଚନ ମଇଦାନରେ ଟ୍ରକ୍ ମାଲିକଙ୍କୁ ନିଜ ପକ୍ଷକୁ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ତେବେ ଏହି ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ସଭାପତି ଚତୁର୍ଭୁଜ ପଳେଇ ଅପର ପକ୍ଷରେ ଚନ୍ଦ୍ରମୋହନ ପଲେଇ,ସମ୍ପାଦକ ସତ୍ୟପ୍ରୀୟ ବାରିକ ଅପର ପକ୍ଷରେ ସଞ୍ଜୟ କୁମାର ଆପଟ, ଭାଇସ ପ୍ରେସିଡେଣ୍ଟ ଅଜୟ ଶିନ୍ନା ଅପର ପକ୍ଷ ରେ ବିର ସିଂ ମୁଣ୍ଡା, ଯୁଗ୍ମ ସମ୍ପାଦକ ସାଗର ମଙ୍ଗରାଜ ଅପର ପକ୍ଷରେ ଅମିତ୍ କୁମାର ବାକତି ଥିବାବେଳେ କୋଷାଧ୍ୟକ୍ଷ ପଦବୀ ପାଇଁ ଇନ୍ଦ୍ରଜିତ ଗୁପ୍ତା ଓ ସୁରେଶ ଚନ୍ଦ୍ର ଗିରି ପ୍ରଚାରରେ ଲାଗି ପଡିଛନ୍ତି। ଗତକାଲି ରବିବାର ସନ୍ଧ୍ୟା ସାତ ଘଟିକାରେ ହୋଟେଲ ମେରିୟେଟ ଠାରେ ଚତୁର୍ଭୁଜ ପଳେଇ ତାଙ୍କର ଆଶାୟୀ ପ୍ରାର୍ଥୀମାନଙ୍କୁ ନେଇ ଏକ ବିରାଟ ସଭାର ଆୟୋଜନ କରିଥିବାବେଳେ ବହୁ ସଂଖ୍ୟାରେ ଟ୍ରକ୍ ମାଲିକ ମାନେ ଯୋଗ ଦେଇ ଥିବାର ଦେଖିବାକୁ ମିଳିଥିଲା।ଏହି ସଭାରେ କିପରି ଗତ ଏଗାର ବର୍ଷ ଧରି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସମ୍ମାନୀୟ ସାଂସଦ ଶ୍ରୀଯୁକ୍ତ ସନାତନ ମହାକୁଡ଼ ଟ୍ରକ୍ ମାଲିକଙ୍କର ଟ୍ରକ୍ ପରିବହନ ସମସ୍ୟାକୁ ସମାଧାନ କରି ଅଜିପର୍ଯ୍ୟନ୍ତ ନିଜକୁ ଉତ୍ସର୍ଗୀକୃତ କରି ସବୁପ୍ରକାର ସାହାଯ୍ୟ ସହଯୋଗ କରି ଆସିଛନ୍ତି। ଏହି ସଭାରେ ମୁଖ୍ୟ ମୁଦା ଗୁଡ଼ିକ ଯଥା ସଂଘର ବିକାଶ,ସୁଚାରୁ ରୂପେ ପରିବହନ ନିମନ୍ତେ କମିଟି ଗଠନ, ମାଲିକଙ୍କୁ ସୁହାଇଲା ଭଳି ଭଡ଼ା,ଏବଂ ଟ୍ରନ୍ସ ପୋର୍ଟର ମାନେ ଲୋଡ଼ିଂ ସ୍ଲିପ ପାଇଁ ଟଙ୍କା ଓ ମାଲିକଙ୍କ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାରେ ଅତିଥି ଭାବେ ଜା ଟୁ ଆ ର ପୂର୍ବତନ ସମ୍ପାଦକ ରବି ନାରାୟଣ ଦାସ,ପୂର୍ବତନ ସଭାପତି ବିନୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚତୁର୍ଭୁଜା ପଲେଇଙ୍କ ପୂର୍ବ କାର୍ଯ୍ୟ ଦକ୍ଷତା ଓ ଗାଡିର ଭଡ଼ା ସନ୍ତୁଳନ ରକ୍ଷା ପାଇଁ ତାଙ୍କ ଆଶାୟୀ ପ୍ରାର୍ଥୀ ମାନଙ୍କୁ ମଧ୍ୟ ସଭାରେ ଥିବା ସମସ୍ତ ଗାଡ଼ି ମାଲିକ ମାନେ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମା ତୁ ଆ ସଦସ୍ୟ ମାନଙ୍କ ଆଲୋଚନାରୁ ଜଣାପଡେ ଯେ, ଅପର ପକ୍ଷକୁ କନ୍ଟ୍ରାକ୍ଟର ଟ୍ରାନ୍ସ ପୋର୍ଟର୍ ବିଶେଷ ସମର୍ଥନ କରୁ ଥିବାରୁ ଚତୁର୍ଭୁଜଙ୍କ ଟିମକୁ ଗାଡ଼ି ମାଲିକଙ୍କ ସମର୍ଥନ ବଢ଼ିବାରେ ଲାଗିଛି।

