ଯୋଡ଼ା,୦୩/୦୭(ପାଇକପୁଅ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କା ବାଇକ ଚାଳକ ଙ୍କ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ତେବେ ମୃତ ବ୍ୟକ୍ତି ଙ୍କପରିଚୟ ଜଣାପଡି ନାହିଁ।ସୂଚନା ଅନୁଯାୟୀ ସେ ତାଙ୍କ ସାଥି ଙ୍କ ସହ ରାଇରଙ୍ଗପୁର ରୁ ମୋଟରସାଇକେଲ ଯୋଗେ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ରଣାଶାଳ
ଘାଟି ଫଗୁଆ ଖଣି ନିକଟରେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ୨ ଜଣକୁ ଏକ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିଲା।ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଶରୀର କୁ ଠାବ କରି ଶବବ୍ୟବଚ୍ଛେଦ ଗୃହ କୁ ପଠେଇବା ସହ ତାଙ୍କ ସାଥି ଙ୍କୁ ଗୁରୁତର ଆବସ୍ତା ବଡ଼ବିଲ ମେଡିକାଲ କୁ ପଠେଇଥିଲେ।ତେବେ ବଡ଼ବିଲ ପୋଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜ୍ଜୁ କରି ଅଜଣା ଗାଡିକୁ ଚିନ୍ହଟ କରିବା ପାଇଁ ତଦନ୍ତ ଜାରୀରଖାଯାଇଥିବା ନେଇ ସୂଚନା ଦିଆଯାଇଛି।

