ବାରିପଦା, ୧୮/୦୬(ପାଇକପୁଅ) ବାରିପଦା ବ୍ଲକ ସମ୍ମୁଖରେ ଆଜି ବାରିପଦା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ, ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବୃଦ୍ଧ, ବିଧବା, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ, ବ୍ଲକରେ ଚାଲିଥିବା ତଥାକଥିତ ପିସି କାରବାର ଏବଂ ବିଡିଓଙ୍କ ମନମୁଖୀ କାର୍ଯ୍ୟଶୈଳୀର ପ୍ରତିବାଦରେ ୪,୦୦୦ରୁ ଅଧିକ ବିଜେଡି କର୍ମୀ, ଶୁଭେଚ୍ଛୁ ଓ ନେତୃମଣ୍ଡଳୀ ବିକ୍ଷୋଭରେ ସାମିଲ ହୋଇଥିଲେ। ପାଲବାଣୀ ଦୁର୍ଗାପୂଜା ମଣ୍ଡପରୁ ହଜାର ହଜାର କର୍ମୀ ପ୍ରବଳ ଗ୍ରୀଷ୍ମ ପ୍ରବହାକୁ ଭ୍ରୂକ୍ଷେପ ନକରି ନିଜ ଅଧିକାର ପାଇଁ ରାଲିରେ ବାହାରି ବାରିପଦା ବ୍ଲକ ଅଭିମୁଖେ ଅଗ୍ରସର ହୋଇଥିଲେ।ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବାରିପଦା ବ୍ଲକର ୧୧ଟି ପଞ୍ଚାୟତରୁ ବହୁ ସଂଖ୍ୟକ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ସାଧାରଣ ଜନତା ଯୋଗଦେଇ ବ୍ଲକ୍ ପ୍ରଶାସନ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଥିଲେ।ଆନ୍ଦୋଳନକାରୀମାନେ ଭତ୍ତା ପ୍ରଦାନରେ ବିଳମ୍ବ, ହିତାଧିକାରୀ ଚୟନରେ ପକ୍ଷପାତିତା ଏବଂ ଦୁର୍ନୀତି ଅଭିଯୋଗକୁ ନେଇ ବ୍ଲକ ପ୍ରଶାସନକୁ ଘେରିଥିଲେ।ସଭାକୁ ସମ୍ବୋଧିତ କରି ସାନନ୍ଦ ମାର୍ଣ୍ଡି ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ। ଯଦି ତୁରନ୍ତ ଭତ୍ତା ପ୍ରଦାନ ଓ ଦୁର୍ନୀତି ବନ୍ଦ ନହୁଏ, ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଏବଂ ତୀବ୍ର କରାଯିବ ବୋଲି ସେ ବ୍ଲକ ପ୍ରଶାସନକୁ ଚରମ ଚେତାବନୀ ଦେଇଥିଲେ। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ଭତ୍ତା ହେଉଛି ହିତାଧିକାରୀଙ୍କ ଅଧିକାର।କୌଣସି ଦୟା କିମ୍ବା ଅନୁଗ୍ରହ ନୁହେଁ ବୋଲି କହିବା ସହିତ ବ୍ଲକରେ ଚାଲିଥିବା ପିସି ପ୍ରଥା ଏବଂ ବିଡିଓଙ୍କ ମନମୁଖୀ କାର୍ଯ୍ୟ ଶୈଳୀକୁ ତୀବ୍ର ନିନ୍ଦା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି ଡା. ଦେବାଶିଷ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ରାଜକିଶୋର ଦାସ, ଗଣେଶ୍ୱର ପାତ୍ର, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ସମ୍ପାଦକ ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ବ୍ଲକ ଅଧ୍ୟକ୍ଷ ସୁନ୍ଦର ସିଂ, ବାରିପଦା ବ୍ଲକ ସଭାପତି ସୁଜିତ ମହାନ୍ତ, ବାରିପଦା ସହର ସଭାପତି ପ୍ରଭାତ ମହାନ୍ତି, ବରିଷ୍ଠ ନେତା ପ୍ରଭାତ ନାୟକ, ସତ୍ୟରଞ୍ଜନ ପଟ୍ଟନାୟକ, ସରୋଜ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଲଲାଟେନ୍ଦୁ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା, ହୃଦାନନ୍ଦ ମୁର୍ମୁ, ପୂର୍ବତନ ମହିଳା ବିଜେଡି ସଭାପତି ଦିପ୍ତିଲତା ମିଶ୍ର, ଖଦି ବୋର୍ଡ ସଦସ୍ୟ ସରୋଜ ବୋଷ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ, ବଶିଷ୍ଠ ନେତା ଅମର ସେଠୀ, କାଉନ୍ସିଲର ଅନନ୍ତ ଦାସ, ଶ୍ରାବଣୀ ଦାସ, ଶିବଶଙ୍କର ପାତ୍ର, ଦେବାଶିଷ ପାତ୍ର, ପ୍ରଭାତୀ ପୃଷ୍ଟି, ସୁଧୀର ବାରିକ, ମହେଶ ଭଞ୍ଜଦେଓ, ଜିତା ସିଂ, ଯୁବ ସମ୍ପାଦକ ରାଜୀବ ଜେନା, ଅଭୟ ସିଂ, ଛାତ୍ର ଜିଲ୍ଲା ସଭାପତି ସୁନୀଲ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଜିତ ପଟ୍ଟନାୟକ, ଚିତେଶ୍ୱର ବେହେରା, ବାରିପଦା ନିର୍ବାଚନମଣ୍ଡଳୀ ଛାତ୍ର ସଭାପତି ଆଭାସ ଦେ, ଦୀପକ ମଢୁଆଳ, ତରୁଣ ନାୟକ, ବଡସାହି ବ୍ଲକ ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ, ଅମିତ ବଇଠା ପ୍ରମୁଖ ଯୋଗ ଦେଇ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଗଣଆନ୍ଦୋଳନ ଗଢ଼ି ଉଠିବ ବୋଲି ନେତାମାନେ ସତର୍କ କରାଇଥିଲେ।

