ଯୋଡ଼ା,୦୬/୦୬(ପାଇକପୁଅ)ଏମ୍ ପି ଓ ଡି ଏଫ୍ ଓ ଙ୍କ ଉପସ୍ଥିତିରେ ବଡ଼ବିଲ ଠାରେ କେନ୍ଦୁଝର ଜିଲ୍ଲା ତରଫରୁ ବିଶ୍ଵ ପଯ୍ୟାବରଣ ଦିବସ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପରିବେଶର ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ମାନବ ସମାଜ ଏବେ ବହୁତ ପଛରେ, ତେଣୁ ପ୍ରତିକୂଳ ପରିସ୍ଥିତିରୁ ଏହି ପ୍ରାଣୀ ଜଗତକୁ ବଞ୍ଚାଇବାକୁ ହେଲେ ଆମକୁ ପ୍ରଥମେ ପକୃତିକୁ ସୁରକ୍ଷା ଦବାକୁ ପଡିବ ବୋଲି ଡି ଏଫ୍ ଓ ଧନରଜ୍ ଏବଂ ମୁଖ୍ୟ ଅତିଥି ଏମ୍ ପି ଅନନ୍ତ ନାଏକ ଗୁରୁତ୍ଵ ଆରୋପ କରିଥିଲେ।ସେଠାର ଉପସ୍ଥିତ ସମ୍ମାନୀତ ଅତିଥି କର୍ଣ୍ଣେଲ ଜେ ଏମ ଯୋଶୀ, ମୁରଲୀ ମନୋହର ଶର୍ମା, ରାମଚନ୍ଦ୍ର ମୁର୍ମୁ, ଯୋଡ଼ା ବ୍ଳକ ଅଧ୍ୟକ୍ଷ କବିନ୍ଦ୍ର ନାଏକ, ବଡ଼ବିଲ ନିର୍ବାହୀ ଅଧିକାରୀ ରାମେଶ ଚନ୍ଦ୍ର ନାଏକ ଓ ନିଳମଣି ମହାନ୍ତ ନେଟିଭ ଭଏସ ସଭାପତି ପ୍ରମୁଖ ପରିବେଶ ଦୂଷିତ ଉପରେ ଉଦ୍ ବେଗ ପ୍ରକାଶ କରିଥିଲେ।

