କୋଣାର୍କ, ୨୮/୦୫(ପାଇକପୁଅ)ପୁରୀ ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ମଲଟି ପ୍ରପୋଜ ଯୁବ ସମନ୍ଵୀତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ପୂର୍ବାହ୍ନରେ ମା ଭଗବତୀ ପୀଠରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଟିତ ହୋଇଯାଇଅଛି। ଅନୁଷ୍ଟିତ ଏହି ବୈଠକରେ ଆଗାମୀ ପୁରୀ ରଥଯାତ୍ରାରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସେବା କାର୍ଯ୍ୟ କରାଯିବ ପାଇଁ ଆଲୋଚନା କରାଯାଇଥିଲା। ମାନବ ସେବା ହିଁ ମାଧବ ସେବାର ଆଭିମୁଖ୍ୟ ନେଇ ଟ୍ରଷ୍ଟ ତାର ସାମର୍ଥ୍ୟ ଅନୁସାରେ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ସାମିଲି କରିଥିବା ଓ ଆଗାମୀ ଦିନରେ ଏହି ସାମାଜିକ କଲ୍ୟାଣ କାର୍ଯ୍ୟରେ ସାମିଲ ହେବେ ପାଇଁ ଟ୍ରଷ୍ଟର ସାଧାରଣ ସମ୍ପାଦକ ବିଶ୍ୱଜିତ୍ ବିଶ୍ୱାଳ ମତବ୍ୟକ୍ତି କରିଥିଲେ।ସେହିପରି ଟ୍ରଷ୍ଟର ସଭାପତି ସୁଶାନ୍ତ କୁମାର ପରିଡ଼ା ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକ ପାତକରିଥିଲେ।ଏହି ଅବସରରେ ଟ୍ରଷ୍ଟର ୱେବ୍ ସାଇଟ୍ ଉନ୍ମଚନ କରାଯାଇଥିଲା। ଅନୁଷ୍ଟିତ ଏହି ବୈଠକ ରେ ଟ୍ରଷ୍ଟର ସୁବାଷ ଚନ୍ଦ୍ର ବେଉରା, ସହ ସମ୍ପାଦକ ବିଚିତ୍ର ଓଝା, ଅତୁଲ କୁମାର ଜେନା,ସୁଭାଶିଷ ମିଶ୍ର, ଓମ୍ ପ୍ରକାଶ ବସ୍ତିଆ, ଚନ୍ଦ୍ର ଶେଖର ନାୟକ, ହୃଷିକେଶ୍ ସ୍ୱାଇଁ, ପ୍ରଦୀପ୍ତ କୁମାର ଖଟୋଇ, ବବୁଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

