ବାଲିଗୁଡା,୧୪/୦୫ (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୦୯ ତାରିଖ ଦିନ ଏକ ଆଜବେଷ୍ଟକୁ କେନ୍ଦ୍ର କରି ସୁଧୀର ପ୍ରଧାନ(୫୮) ନିଜ ଭାଇ ଶ୍ରୀମୁଖୀ ପ୍ରଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ପରେ ଶ୍ରୀମୁଖ ଏବଂ ପୁତୁରା ନରେଶ ପ୍ରଧାନ ମଦ୍ୟପାନ କରି ଏକ କାଠ ଫାଳିଆରେ ସୁଧୀରଙ୍କୁ ଆକ୍ରମଣ କରିଥିଲେ।ଫଳରେ ସୁଧୀର ଗୁରୁତର ଆହତ ହୋଇଥିଲେ। ସୁଧୀରଙ୍କ ପତ୍ନୀ ସ୍ୱାମୀ ସୁଧୀରଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇ ଘରକୁ ଫେରାଇ ନେଇଥିଲେ।ପୁଣି ୧୩ ତାରିଖ ଦିନ ସେ ଗୁରୁତର ହେବାରୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ସୁଧୀରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ। ସୁଧୀରଙ୍କ ପତ୍ନୀ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟକୁ ନେଇଯାଉଥିବା ସମୟରେ ବାଉସୁଣୀ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା।ଏନେଇ ମୃତ ସୁଧୀର ସ୍ତ୍ରୀ ଦୁଲାନା ପ୍ରଧାନ ଟିକାବାଲି ଥାନାରେ ତାଙ୍କ ସ୍ୱାମୀକୁ ଆକ୍ରମଣ ବିଷୟ ଲିଖିତ ଅଭିଯୋଗ କରିଥିଲେ। ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ, ଏକ ମାମଲା ୧୦୪/୨୬ ରେ ରୁଜୁ କରି ମୃତ ଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ଏଥି ସହ ମାମଲାର ଅଧିକ ତଦନ୍ତ ଚାଲିଥିବା ବିଷୟ ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି।

