ଯୋଡ଼ା,୧୨/୦୫(ପାଇକପୁଅ)ରିଖ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସଭା ଗୃହ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ହୋଇଯାଇଛି।ଏହି ଶୁଣାଣି ସଭାରେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଯୋଡ଼ା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଉପସ୍ଥିତିରେ ଅଭିଯୋଗ ଶୁଣାଣି ହୋଇଥିଲା। ଏହି ସଭାରେ ଯୋଡ଼ା ବ୍ଲକ ର ପ୍ରତ୍ୟେକ ସରକାରୀ ଅଫିସ ର ମୁଖ୍ୟ ସହଯୋଗ ନିମନ୍ତେ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣି ରେ ୬୮ ଟି ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଗୁଡ଼ିକୁ ଦେଖି ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ।ସେଥି ମଧ୍ୟରୁ ଯୋଡ଼ା ଟ୍ରକ୍ ୱନର ଆସୋସିଏସନ୍ ତରଫରୁ ଲିଖିତ ଦିଆଯାଇଥିବା ଅଭିଯୋଗ କୁ ଉପଜିଲ୍ଲାପାଳ ଙ୍କୁ ଆସନ୍ତା ତିନିଦିନ ମଧ୍ୟରେ ଦେଖାକରି ବାକୁ କହିଥିଲେ।ଏହା ଉପରେ ବିହୀତ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ।ଏହି ଅଭିଯୋଗ କୁ ଦାଖଲ କରିବା ପାଇଁ ଶତାଧିକ ଗାଡ଼ି ମାଲିକ ବ୍ଲକ ରେ ଉପସ୍ଥିତ ଥିଲେ।ଏହି ଶୁଣାଣି ସକାଳ ସାତଟା ରେ ଆରମ୍ଭ ହୋଇ ଦିବା ବାର ଘଟିକା ରେ ଶେଷ ହୋଇଥିଲା।

