ଯୋଡ଼ା,୧୧/୦୫(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶତାଧିକ ଠିକା କର୍ମଚାରୀ ଛଟେଇ ପ୍ରତିବାଦରେ ଧାରଣାରେ ବସିଥିଲେ। ଟାଟା ପାୱାରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ପୂର୍ବରୁ କୌଣସି ସୁଚନା ନଦେଇ ହଠାତ୍ ଛଟେଇ ଆଦେଶ ଜାରୀ କରିବାରୁ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଇଛି। କମ୍ପାନୀ କର୍ମଚାରୀଙ୍କ ମୂଲ୍ୟବାନ ସମୟ ୫/୬ବର୍ଷ ବିନିଯୋଗ କରି ନିଜର କାମକୁ ସୁଗମ କରିବା ପରେ ସେମାନଙ୍କୁ ଛଟେଇ କରି ତାଙ୍କର ପରିବାରକୁ ରାଜ ରାସ୍ତାକୁ ପଠେଇବାର ବ୍ୟବସ୍ଥା କରାଉଥିବା ଅଭିଯୋଗ କରିଛନ୍ତି। ଏହି ଧାରଣାରେ ନେସ୍କୋ ପାୱାର ଏମ୍ପ୍ଲଏଜ୍ ୟୁନିଅନ, ଓଡିଶା ପାୱାର ସେକ୍ଟର ଟେକ୍ନିକାଲ ଏମ୍ପ୍ଲଇଜ୍ ୟୁନିଅନ୍, ଓ ସ ଇ ବି ବିଜୁଳି କର୍ମଚାରୀ ସଂଘ, କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଂଘ, କେନ୍ଦୁଝର ଜିଲ୍ଲା ବିଦ୍ୟୁତ୍ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ଯ ବିଦ୍ୟୁତ୍ କର୍ମଚାରୀ ସଂଘ, ନେସ୍କୋ ୱାର୍କସ ଏମ୍ପ୍ଲଇଜ ୟୁନିଅନ ଓ ନେସ୍କୋ ଫାଇନାନ୍ସ ଏପ୍ଲଇଜ୍ ଆସୋସିଏସନ୍ ଭାଗ ନେଇଥିଲେ।
ଏହି ସମ୍ବନ୍ଧରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମାସେ ହେଲା ଛଟେଇ ନୋଟିସ କରା ଯାଇଛି ଏବଂ ଏ ବାବଦରେ ମୋ ମାଧ୍ୟମରେ କର୍ମଚାରୀଙ୍କ ତରଫରୁ ମ୍ୟାନେଜମେଣ୍ଟକୁ ଏକ ଦାବି ପତ୍ର ଦେଇଛନ୍ତି।

