ଯୋଡ଼ା, ୧୧/୦୫(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳ ର ପୁରାତନ ଗାଡ଼ି ମାଲିକ ସଂଘ ଯୋଡ଼ା ଟ୍ରକ୍ ଓନର ଆସୋସିଏସନ୍ (ଜାଟୁଆ) ର ଶହଶହ ସଂଖ୍ୟାର ଗାଡ଼ି ମାଲିକ ମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ମଧ୍ୟ ସଂଘର କାର୍ଯ୍ୟକର୍ତ୍ତା ଯୋଗ ଦେଇ ନଥିବାର ଦେଖିବାକୁ ମିଳିଥିଲା। ଏଠାରେ ପ୍ରକାଶ ଥାଉକି ଗତ ୨୨ ଅପ୍ରେଲ କାର୍ଯ୍ୟଳୟ ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟଙ୍କ ଉପସ୍ଥିତିରେ ସଂଘର ସମ୍ପାଦକ ସୁଶାନ୍ତ ବାରିକ ଘୋଷଣା କରିଥିଲେ ଯେ ୧୦ ମଇରେ ସଧାରଣ ବୈଠକ କରାଯାଇ ଚାଲିଥିବା ପରିଚାଳନା କମିଟି ଭଙ୍ଗ କରି ନିର୍ବାଚନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ କମିଟି ଦ୍ବାରା ସଂଘ ପରିଚାଳିତ ହେଵ। ତେବେ ଆଜି ୧୦ତାରିଖ ସଭାରେ ବହୁ ସଂଖ୍ୟକ ଗାଡ଼ି ମାଲିକ ଉପସ୍ଥିତ ଥିବା ବେଳେ ସଂଘ କୋଷାଧ୍ୟକ୍ଷ ଉପସ୍ଥିତ ଥିଲେ ବି ସଭପତି, ସଂପାଦକ, ଉପସଭାପତି ଓ ଯୁଗ୍ମ ସଂପାଦକ ଯୋଗ ଦେଇ ନଥିଲେ। ତେଣୁ ଉପସ୍ଥିତ ସଦସ୍ୟ ମାନେ ଆସୋନ୍ତୋଷ ବ୍ୟକ୍ତ କରି ବିଭିନ୍ନ ମନ୍ତବ୍ୟ ଦେଇ ତା-୧୧/୫ ରିଖ ଦିନ ଯୋଡା ବ୍ଲକରେ ହେବାକୁ ଥିବା ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେବାକୁ ସ୍ଥିର କଲେ।

