ମାଲକାନଗିରି,୦୯/୦୫ (ସୁଧାଂଶୁ ଶେଖର ମହାନ୍ତି)ଗାଡି ଧକ୍କାରେ ଗାଈର ମୃତ୍ୟ, ରାସ୍ତାରେ ଉପରେ ପଡି ରହିଥିଲା ଗାଈର ରକ୍ତ ଜୁଡୁବୁଡୁ ମୃତ ଶରୀର, ସ୍ଥାନୀୟ ଲୋକେ ଦେଖି ମଧ୍ୟ ଏହାକୁ ଅଣଦେଖା କରି ଚାଲି ଯାଉଥିବା ବେଳେ ଗାଈ ଟିର ଅନ୍ତିମ ସଂସ୍କାର କରି ମାନବିକତା ଦେଖାଇଲା ଭବାନୀ ୟୁଥ ଗ୍ରୁପ। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ମଧ୍ୟରାତ୍ରି ରେ ସହରର ଗୋପବନ୍ଧୁ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ଗାଈଟିର ମୃତ୍ୟ ହୋଇଥିଲା। ରାସ୍ତା ଉପରେ ଗାଈଟିର ରକ୍ତ ଜୁଡୁବୁଡୁ ଶରୀର ସକାଳୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ଦେଖିବା ପରେ କିଏ ଗାଈ ଟିର ମାଲିକ ତାହା ଜଣା ନ ପଡିବାରୁ ମାନବିକତା ଦେଖାଇଥିଲା ଭବାନୀ ୟୁଥ ଗ୍ରୁପ। ସଙ୍ଗେ ସଙ୍ଗେ ବାଲିମେଳା ଏନଏସି କୁ ଜଣାଇ ଏନଏସିର ସଫେଇ ଗାଡି ସହାୟତା ରେ ଭବାନୀ ୟୁଥ ଗ୍ରୁପ ର ସମସ୍ତ ସଦସ୍ୟ ମିଶି ଚିତାପାରି ବ୍ରିଜ ନଦୀ କୂଳରେ ଗାତ ଖୋଳି ଧୂପ ଦ୍ବୀପ ଦେଇ ପୂଜାର୍ଚ୍ଚନା କରି ଗାଈ ଟିର ଅନ୍ତିମ ସଂସ୍କାର କରିଥିଲେ। ଏଥିସହ ଓରକେଲ ଥାନା କୁ ଯାଇ ଗାଈ ଟିକୁ ଯେଉଁ ଗାଡି ଧକ୍କା ଦେଇଛି, ତାହା ସହରରେ ଲାଗିଥିବା ସିସିଟିଭି ଗୁଡିକୁ ଯାଞ୍ଚ କରି ଉକ୍ତ ଗାଡି ଚାଳକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ଭବାନୀ ୟୁଥ ଗ୍ରୁପ ଦାବି କରିଥିଲା। ଗାଈଟିର ଅନ୍ତିମ ସଂସ୍କାର ସମୟରେ ଭବାନୀ ୟୁଥ ଗ୍ରୁପର ନାରାୟଣ ସେଠୀ, ଅନାଦି ବେହେରା, ପଦିଆ ପଡ଼ିଆମୀ, ରାମ କ୍ରିଷ୍ଣା, ବିକ୍ରମ କୁମାର, ରବି ବେହେରା, ବିଶ୍ୱଜିତ ବରାଡ଼, ଜଗା, ଦିପୁ ଖରା, ଅମିତ କୁମାର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

