ମାଲକାନଗିରି,୦୫/୦୫(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ସଦର ପଞ୍ଚାୟତର ଧାନ ମଣ୍ଡି ଠାରେ ଆଜି ବ୍ଲକ ସ୍ତରୀୟ ସହିଦ ନର୍ସିଂ ଡ଼ମ ସମାଜର ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟି ସହିଦ ନର୍ସିଂ ଡ଼ମ ସମାଜ ବ୍ଲକ ସଭାପତି ମଦନ ସେଠୀ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସହିଦ ନର୍ସିଂ ଡ଼ମ ସମାଜର ଜିଲ୍ଲା ସଭାପତି ବଳରାମ ଅନୁଗୁଳିଆ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ତୁଳସୀରାମ ଦଳାଇ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଆଜି ଡ଼ମ ସମାଜ ପ୍ରକୃତ ଆଦିବାସୀ ସମ୍ପ୍ରଦାୟ ଏବଂ ସରକାର ଏସଟି ମାନ୍ୟତା ପରିବର୍ତ୍ତେ ତାଙ୍କୁ ଏସସି ମାନ୍ୟତା ଦେଇଛନ୍ତି। ତେଣୁ ତାଙ୍କ ସମାଜ କୁ ଏସଟି ମାନ୍ୟତା ଦିଆଯିବା ନେଇ ସେମାନେ ସରକାରଙ୍କ ନିକଟରେ ଦାବି ରଖିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଡ଼ମ ସମାଜର ପିଲାମାନେ ପାଠ ପଢି କିପରି ଭଲ ଚାକିରୀ ଟିଏ କରିବେ, ଉଚ୍ଚ ଶିକ୍ଷିତ କିପରି ହେବେ ସେନେଇ ବିଭିନ୍ନ ଆଲୋଚନା ହୋଇଥିଲା। ନିଜ ସମାଜର ଲୋକମାନଙ୍କ ଦୁଃଖ ସମୟରେ ସମାଜର ଅବଦାନ କଣ ରହିବ ସେନେଇ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ସହିଦ ନର୍ସିଂ ଡ଼ମ ସମାଜ ର ମଦନ ଖୋସଲା, ମଙ୍ଗଳା ପାଙ୍ଗି, ଧନୁର୍ଯ୍ୟୟ ହନ୍ତାଳ, ପର୍ଶୁରାମ ଖେମୁଣ୍ଡୁ, ରାଜେନ୍ଦ୍ର କୁଳଦୀପ, କଣ୍ଟେଶ୍ୱର ପାଟଲା ଙ୍କ ସମେତ ସମାଜ ର ଶତାଧିକ ଲୋକେ ଉପସ୍ଥିତ ଥିଲେ।

