ଯୋଡ଼ା ୦୪/୦୫(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ର କମାର ଯୋଡ଼ା ସ୍ଥିତ ସତସଙ୍ଗ ଉପାସନା କେନ୍ଦ୍ର ପ୍ରାଙ୍ଗଣ ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଇଷ୍ଟ ପ୍ରାଣ ଗୁରୁଭାଇ ଙ୍କ ମଧ୍ୟରେ ଏକ ସତସଙ୍ଗ ଆୟୋଜିତ ହୋଇଯାଇଛି । ଏହା। ସନ୍ଧ୍ୟା ସାତ ଟା ତିରିଶି ରୁ ଆରମ୍ଭ ହୋଇ ନଅ ଟା ରେ ସାରିଥିଲା। ସତସଙ୍ଗ ର ଉଦ୍ଦେଶ୍ୟ ସୁଶାନ୍ତ ଦାସ ଙ୍କ ସୁକନ୍ୟା ବାର ବର୍ଷୀୟ ମୀନା କୁମାରୀ ଙ୍କ ଜନ୍ମ ଦିନ ପାଳନ।ତେବେ ସହ ସହ ଭକ୍ତ ଯୋଗ ଦେଇ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ସତସଙ୍ଗ ରେ ନାମ ସଂକିର୍ତନ୍,ଠାକୁର ଙ୍କର ମହାନ୍ ବକ୍ତବ୍ୟ ଓ ପ୍ରସାଦ ସେବନ ର ବ୍ୟବସ୍ତା ରହିଥିଲା। ଏଥିରେ ସହ ପ୍ରୀତି ରିତିକ ଅଶୋକ ପାଣିଗ୍ରାହୀ ଯୋଗଦେଇ ସତସଙ୍ଗ ର ମାନ ବୃଦ୍ଧି କରିବା ସହ ଧର୍ମ ଯାଯକ୍, ଇଷ୍ଟପ୍ରଣ ଗୁରୁଭଇ, ଭକ୍ତିମତି ମା ମାନେ ଯୋଗ ଦେଇ ଥିଲେ।

