ଯୋଡ଼ା,୧୧/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି କୁଣ୍ଡୁର୍ ନାଳା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ଉପଲକ୍ଷେ ବିଦ୍ୟାମନ୍ଦିର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାମନ୍ଦିର ର ହେବାକୁ ଥିବା ରୌପ୍ୟ ଜୟନ୍ତୀ କିପରି ସରସ ସୁନ୍ଦର ହୋଇ ପାରିବ ତାହା ପାଇଁ ବିଦ୍ୟାଳୟ କମିଟି ଏବଂ ଗୁରୁଜୀ ଗୁରୁ ମାଆମାନେ ସହଯୋଗର ହାତ ବଢ଼ାଇବା ନିମନ୍ତେ କାମନା କରିଥିଲେ।ତେବେ ପ୍ରଥମେ ଦୀପ ପ୍ରଜ୍ବଳନ ସମ୍ମାନୀତ ଅତିଥି ଗଣେଶ ସାହୁ କରିଥିଲେ। ବ୍ରହ୍ମ ନାଦ ସସ୍ମିତା ଆଚାର୍ଯ୍ୟ କରିଥିବା ବେଳେ ରଶ୍ମିତା ଗିରି ଶାନ୍ତି ପାଠ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ପ୍ରକାଶ ମହାନ୍ତି, କମିଟି ସଭାପତି ଅଜୟ ଗୋପାଳ ଦାସ,ଉପସଭାପତି ସ୍ବପ୍ନ କାନ୍ତ ପ୍ରଧାନ,ସମ୍ପାଦକ ଅଭିଜିତ ମୁଖାର୍ଜୀ,କୋଷାଧ୍ୟକ୍ଷ ଗୋକୁଲା ନନ୍ଦ ଦାସ,ସଦସ୍ୟା ପଦ୍ମିନୀ ପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭଗବାନ ବର୍ଦ୍ଧନ ମଞ୍ଚାସିନ ଥିଲେ।ଏଥିରେ ଗୁରୁଜୀ ନିରାକାର ମହାନ୍ତ ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ଉଦ୍ଦେଶ୍ୟ କଥନ ମାଧ୍ୟମରେ କହିଥିଲେ ଯେ ଏପ୍ରିଲ ମାସରେ ରଜତ ଜୟନ୍ତୀ ସମାରୋହ,ମଇ ମାସରେ ଜଳଦାନ କାର୍ଯ୍ୟକ୍ରମ,ଜୁନ ରେ ପୂର୍ବ ଛାତ୍ର ସମ୍ପର୍କ ଅଭିଯାନ,ଜୁଲାଇ ରେ ବୃକ୍ଷ ରୋପଣ ,ଅଗଷ୍ଟ ରେ ସ୍ୱଚ୍ଛ ସେବା,ସେପ୍ଟେମ୍ବର ରେ ସଂସ୍କାର କେନ୍ଦ୍ର ସପ୍ତାହ ପାଳନ,ଅକ୍ଟୋବର ରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର,ନଭେମ୍ବର ରେ ସୈଖିକ ଅଭିବୃଦ୍ଧି,ଡ଼ିସେମ୍ବରରେ ସ୍ୱଦେଶୀ ପୁସ୍ତକ ମେଳା ସହ ରଜତ ଜୟନ୍ତୀ ସମାରୋପ ସମାରୋହ ପାଳନ କରାଯିବ।ଏହି ସଭାରେ ମୁଖ୍ୟ ଅତିଥି କହିଥିଲେ ଯେ ବିଦ୍ୟାମନ୍ଦିର ର ଏହି କାର୍ଯ୍ୟକ୍ରମ କୁ ଆମେ ଯୋଡ଼ା ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପୂର୍ଣ୍ଣ ରୂପେ ସହଯୋଗ କରିବୁ। ଏହାକୁ ସମସ୍ତ ସାମ୍ବାଦିକ ସମର୍ଥନ କରିଥିଲେ। ଏହି ସଭା ଦିବା ଏଗାର ଘଟିକା ରେ ଆରମ୍ଭ ହୋଇ ଦିବା ବାର ଘଟିକା ରେ ଶେଷ ହୋଇଥିଲା।ଏହି ମଞ୍ଚକୁ ବସନ୍ତ କୁମାର ଷଡଙ୍ଗୀ ପରିଚାଳନା କରିଥିବା ସ୍ଥଳେ ମଧୁସୂଦନ ଜେନା ଧନ୍ୟବାଦ୍ ଅର୍ପଣ ସହ ସଭା ସାଙ୍ଗ କରିଥିଲେ।
