ପିପିଲି, ୧୦/୦୪(ପାଇକପୁଅ)ପିପିଲି କୋର୍ଟ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଶ୍ରୀଯୁକ୍ତ ହାଡିବନ୍ଧୁ ଜେନା ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଉପ-ସଭାପତି ଭାବେ ଶ୍ରୀଯୁକ୍ତ ରସିଦ ଖାନ, ସମ୍ପାଦକ ଭାବେ ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀଯୁକ୍ତ ବିଚିତ୍ର ଭୂଷଣ ମହାପାତ୍ର ମନୋନୀତ ହୋଇଛନ୍ତି। ସେହିପରି ଶ୍ରୀଯୁକ୍ତ ସଞ୍ଜୟ କୁମାର ଯାଦବ, ଶ୍ରୀମତୀ ସୁରେଖା ଦାସ, ଶ୍ରୀଯୁକ୍ତ ବିଶ୍ୱଜିତ ପଟ୍ଟନାୟକ, ମହମ୍ମଦ ବାସଞ୍ଜରୀ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ରାଜ କିଶୋର ସ୍ୱାଇଁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
