କୋଣାର୍କ, ୨୮/୦୩(ପାଇକପୁଅ) କୋଣାର୍କ ରାମଚଣ୍ଡୀ ପୀଠ କୁଶଭଦ୍ରା ନଦୀ କୂଳ ରେ ପୁରାତନ ଛାତ୍ର ଅବନୀ ଭୂଷଣ ବାରିକ ଙ୍କ ଆବାହକତ୍ୱରେ କୋଣାର୍କ ହାଇସ୍କୁଲର ୧୯୮୮ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ମହାସମାରୋହ ରେ ଆୟୋଜିତ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ପ୍ରଥମେ ନିଜ ନିଜର ପରିଚୟ ପ୍ରଦାନ ସହ ଛାତ୍ରଜୀବନ ର ସ୍ମୃତିଚାରଣ କରିଥିଲେ। ପରେ ବରିଷ୍ଠ ଗବେଷକ ସଞ୍ଜୟ କୁମାର ବରାଳ ଓ ବରିଷ୍ଠ ଆଡ଼ଭୋକେଟ କୃଷ୍ଣ ଚନ୍ଦ୍ର ସାଥୁଆ ଙ୍କ ଉପସ୍ଥିତିରେ କୋଣାର୍କ ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ସେକ ଅମାଲୁଲା ସାର ଙ୍କ ନିଧନରେ ସମୂହ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନିରବ ପ୍ରାର୍ଥନା କରିଥିଲେ। ପରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନେ ସ୍ଵଛ ପରିବେଶ ପାଇଁ କର୍ଯ୍ୟ କରିବା ସହ ମା ନାମରେ ଗୋଟିଏ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନ ରେ ନିଜ ନିଜ ଯୋଗଦାନ ପୂର୍ବକ ସମାଜ ପାଇଁ କିଛି କରି ଦେଖାଇବାକୁ ସମୂହ ଶପଥ ନେଇଥିଲେ। ସମାଜର ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ଜୀବନାନୁଭୂତିକୁ ସପରିବାର ଉପସ୍ଥିତ ରହି ନିଜ ନିଜ ମଧ୍ୟରେ ପରିପ୍ରକାଶ କରିଥିଲେ। ଆୟୋଜିତ ଏହି ବନ୍ଧୁ ମିଳନକୁ ପୁରାତନ ଛାତ୍ର ପୂର୍ଣଚନ୍ଦ୍ର ମୁଦୁଲି ସଂଯୋଜନା କରିଥିଲା ବେଳେ କାର୍ଯ୍ୟକ୍ରମକୁ ଆଡଭୋକେଟ ବିଜୟ କୁମାର ମହାନ୍ତି, ନିରୋଜ।ମହାନ୍ତି,ପ୍ରଦୀପ୍ତ କୁମାର ଗୋଛାୟତ,ସୁଶାନ୍ତ କୁମାର ବେଉରା, ରଶ୍ମିରଞ୍ଜନ ବିଶାଳ, ମିଟୁ ପ୍ରଧାନ,ରବୀନ୍ଦ୍ର କୁମାର ବେଉରା, ଦିଲ୍ଲୀପ କୁମାର ଜେନା, ପବିତ୍ର ମୋହନ ପ୍ରଧାନ, ଶରତ କୁମାର ସାହୁ, ମାନସ ପାଣ୍ଡିଆ, ମନୋଜ ନାୟକ, ନଟବର ନାୟକ, ନିରୂପମା ପ୍ରାଣିଗ୍ରାହୀ, ସ୍ମିତାରଣୀ ସାହୁ, ଝରଣା ରାଉତରାୟ, ମୀରା ସାହୁ, ଅହଲ୍ୟା ବରାଳ,ପ୍ରଭାତୀ ଗୋଛାୟତ,ଶ୍ୟାମ ସୁନ୍ଦର ତ୍ରିପାଠୀ,ସଦାଶିବ ଦାସ,ବିଜୟ ପରିଡା, ମିନତୀ ସାହୁ ,ଶଶିଭୂଷଣ ବାରିକ, ନିଗମାନନ୍ଦ ପରିଡ଼ା, ସୁଷମା ପୃଷ୍ଟି, ପୀତବାସ ବେଉରା, ରମେଶ ଚନ୍ଦ୍ର ବେହେରା ଓ ବିଚିତ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।
