ବାରିପଦା, ୦୯/୦୩(ପାଇକପୁଅ) ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ସମ୍ମାନୀୟା ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ମୁଖପାତ୍ର ନରୋତ୍ତମ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ କୈଳାଶ ବେହେରା, ବୈଲୋଚନ ପାତ୍ର, କୁମାର ରଞ୍ଜନ ପଣ୍ଡା, ପ୍ରଦୀପ ମିସ୍ତ୍ରୀ, ରାଜୀବ ମିସ୍ତ୍ରୀ, ସନ୍ତୋଷ କୁମାର ବରଜ, ବିନୋଦ ସିଂବାବୁ, ବନ ମତ୍ତଗଜ, ମହାଦେବ ପାତ୍ର, ସୁମନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ୧୩ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ।ଆଜିର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ୧- ୦ ଗୋଲରେ କେନ୍ଦୁଆ ଏଫସି ଏବଂ ଏମଏସସିବି ବିଶ୍ୱବିଦ୍ୟାଳୟ ୩-୦ ଗୋଲରେ କରଞ୍ଜିଆର ବିଏମ ସ୍ପୋର୍ଟିଂକୁ ପରାସ୍ତ କରିଛି।
