ଯୋଡ଼ା,୦୬/୦୩ (ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ବନେଇକଳା ସ୍ଥିତ ଦୁର୍ଗା ପୂଜା ପଡିଆ ରେ କଂଗ୍ରେସ ଦେଇଥିବା ଯୋଡ଼ା ଚାଲ ଡାକରାରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଛି।ତେବେ ଏହି ସମାଗମରେ କେନ୍ଦ୍ରୀୟ ନେତା ପ୍ରଦେଶ ପ୍ରଭାରୀ ଅଜୟ କୁମାର ଲଲୁ, ପ୍ରଦେଶ ଉପ ପ୍ରଭାରୀ ଏସ ଜୟ କୁମାର ଜେଠୁ, ରାଜ୍ୟ ପି ସି ସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ରାଜ୍ୟ ସାଧାରଣ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ଜିଲ୍ଲା ସମ୍ପାଦକ ଆଲୋକ ମିଶ୍ର ଯୋଡ଼ା ନଗର ସଭାପତି ସୁବ୍ରତ ନାୟକ ଏବଂ ବ୍ଲକ , ପଞ୍ଚାୟତ ଓ ମ୍ୟୁନିସିପାଲଟି ସ୍ତରୀୟ ବହୁ ଯୁବ ନେତା ସହ ବହୁ କଂଗ୍ରେସ ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ। ମନୋଜ ଜେନା ଏହି ସଭା କୁ ସଭାପତିତ୍ୱ କରି କହିଥିଲେ ଯେ ବି ଜେ ଡି ସରକାର ୨୪ ବର୍ଷ ଧରି ଜନ ସାଧାରଣଙ୍କୁ ଶୋଷଣ ଏବଂ ପ୍ରଶାସନିକ ଅତ୍ୟାଚାର କରିଥିଲା।ବି ଜେ ପି ସରକାର ମଧ୍ୟ ସେପରି ନୀତି ଆପଣାଇ ଜନ ମାରଣ ନୀତି ଧରିଛନ୍ତି। ସରକାର ଦୁଇ ବର୍ଷ ହେଲାଣି କେବଳ ବାହାସ୍ଫୋଟ ମାରିବା ବ୍ୟତୀତ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହାନ୍ତି ବର୍ତ୍ତମାନ ର ସରକାର କେବଳ ଚାନ୍ଦା ଆଦାୟ କରି ଲୁଣ୍ଠନ କରି ଚାଲିଛନ୍ତି ବୋଲି ସୁବର୍ଣ୍ଣ ନାୟକ କହଛନ୍ତି। ରାଜ୍ୟ ଉପ ପ୍ରଭାରୀ କହିଛନ୍ତି ଯେ ଜନ ସାଧାରଣ ଙ୍କ ଅଧିକାର କୁ ସରକାର ଛଡ଼ାଇନେଉଛି ଏବଂ ଜଳ, ଜଙ୍ଗଲ ଓ ଜମି ର ଆଦିବାସୀ ଙ୍କ ଅଧିକାର କୁ ଛଡାଇ ନେଇ କର୍ପୋରେଟ ସଂସ୍ଥା ମାନଙ୍କ୍ ହିତରେ କାମ କରିବା ନୀତି କୁ ବିରୋଧ କରି କଂଗ୍ରେସ ଦଳ ଏହାକୁ ତୀବ୍ର ନିନ୍ଦା କରିଥିଲେ। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା କହିଲେ ଗରିବାରେ ୧ନଂ ଓଡ଼ିଶା, ତାହା ମଧ୍ୟରେ କେନ୍ଦୁଝର ଜିଲ୍ଲା ସବୁଠାରୁ ଗରିବ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ସୁନାର ଓଡ଼ିଶା ଭଳି କେନ୍ଦୁଝର ଜିଲ୍ଲା କୁ ସୁନାର କେନ୍ଦୁଝର କରିବା ପାଇଁ, ହେଲେ ଆଜି ବହୁତ ଗଳିକନ୍ଦି ବୁଲି ଖୋଜିଛି ସୁନାର କେନ୍ଦୁଝର କୋଉଠି ପାଇଲି ନାହିଁ, ରାଜ୍ୟ ବାହାରୁ ଲୋକ ଆସି ଯିଏ କି ରାଜେଶ ଜୟଶ୍ୱାଲ ଖଣିରୁ ଯେଉଁ ଲୁଟ୍ କରୁଛି ତାହା ମୁଖ୍ୟ ମନ୍ତ୍ରି ମୋହନ ମାଝି ଙ୍କ ତହବିଲ୍ କୁ ସିଧସଳଖ ଯାଉଛି, ରାଜେଶ ଜୟଶ୍ୱାଲ ଜିଲ୍ଲା ପ୍ରଶାସନକୁ ଉଠ ବସ୍ କରୁଛି କାହା ବଳରେ। ପିସିସି ସଭପତି ଭକ୍ତ ଚରଣ ଦାସ ପୂର୍ବ ବକ୍ତାଙ୍କ କଥା ଦୋହୋରେଇବା ସହିତ କେନ୍ଦୁଝରର ଜିଲ୍ଲାରୁ ଡି ଏମ ଏଫ୍ ପାଇଁ ପ୍ରଥମ ହେଉ ଥିବା ସ୍ଥଳେ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ସୁବିଧା ନାହିଁ। ତେଣୁ ରାହୁଲ ଗନ୍ଧିଙ୍କ ନେତୃତ୍ଵରେ କେନ୍ଦୁଝର ଜିଲ୍ଲାକୁ ସର୍ବାଧିକ ଫୋକସ୍ କରିବାକୁ କହିଥିଲେ। ସମସ୍ତ ନେତା ସରକାର ଙ୍କ ବିରୋଧରେ ଗର୍ଜି ଥିଲେ ଏବଂ ତାଙ୍କର ଅପାରଗତା କୁ ଦର୍ଶାଇ ଥିଲେ ତେବେ ଏହି ସଭା ରେ ପ୍ରାୟ ଚାରି ହାଜର ଲୋକ ସମାଗମ ହୋଇଥିବl ଦେଖା ଯାଇଥିଲା।
