ଯୋଡ଼ା, ୦୩/୦୩ (ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା କଲ୍ୟାଣ ମଣ୍ଡପ ଠାରେ ଜାତୀୟ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏହି ସମ୍ମିଳନୀରେ ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ଯଶବନ୍ତ ସିଂ ଲାଗୁରୀ,ଯୋଡ଼ା ବ୍ଲକ ସଭାପତି ଚନ୍ଦ୍ରବିର୍ କୁମାର ମହନ୍ତ,ବଡବିଲ ନଗର ସଭାପତି ଅମିତ୍ ମହାନ୍ତ ଓ ଯୋଡ଼ା ନଗର ସଭାପତି ସୁବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ଶୁକ୍ରବାର ବନେଇ କଳା ଦୁର୍ଗା ପୂଜା ପଡ଼ିଆରେ ଏକ ବିଶାଳ ଜନ ଅଧିକାର ସମାବେଶ ଅନୁଷ୍ଠିତ କରିବାପାଇଁ ସୂଚନା ଦେଇଛନ୍ତି। ତେବେ ଗଣ ମାଧ୍ୟମ କୁ ସୂଚନା ଦେଇ ଶ୍ରୀ ଲାଗୁରୀ କହିଛନ୍ତି ଯେ ସରକାର ଜନସାଧାରଣ ଙ୍କ ସ୍ବାର୍ଥ କୁ ବଳିଦେଇ କର୍ପୋରେଟ ମାନଙ୍କ ଫାଇଦା ନିମନ୍ତେ କାର୍ଯ୍ୟ କରିବା ଏବଂ ଭୋଟ ସମୟରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଯେପରି କି ୩00 ୟୁନିଟ ବିଜୁଳି ବିଲ ଛାଡ଼,ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଓ ସୁଭଦ୍ରା ଯୋଜନା ରେ ବାର୍ଷିକ ପଚାଶ ହଜାର ଦେବାକୁ କହି ନକରିବା ବିଭିନ୍ନ ପ୍ରକାର ଜନ ମାରଣ ନୀତି ବିରୁଦ୍ଧରେ ଏକ ବିରାଟ ସମାବେଶ କରିବାକୁ ସ୍ଥିର କରିଛନ୍ତି।କେନ୍ଦୁଝର ଜିଲ୍ଲା ଡି ଏମ ଏଫ୍ ରେ ପ୍ରଥମ ସ୍ଥାନରେ ରହୁଥିବା ସ୍ଥଳେ ଜିଲ୍ଲାର ଉନ୍ନତି ନିମନ୍ତେ କୌଣସି କାର୍ଯ୍ୟ ହେଉନାହିଁ।ଯଦି ଆଡିଶିନାଲ ସେଶ ଖଣି ଅଞ୍ଚଳ ରେ ଲଗାଯାଇ ପାରନ୍ତା ତେବେ ଅଞ୍ଚଳର ଉନ୍ନତି ହୋଇ ପାରନ୍ତା।ତେବେ ହେବାକୁ ଥିବା ଜନ ଅଧିକାର ସମାବେଶ ରେ ରାଜ୍ୟ ସଭାପତି ଭକ୍ତଚରଣ ଦାସ,ଓଡ଼ିଶା ପ୍ରଦେଶ ପ୍ରଭାରୀ ଅକ୍ଷୟ କୁମାର ଲାଲୁ,ଜିଲ୍ଲା ସଭାପତି ମନୋଜ ଜେନା,ଜୟଦେବ ଜେନା,ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏବଂ ବହୁ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗ ଦେବାର ସ୍ଥିର କରିଛନ୍ତି।
