ମାଲକାନଗିରି,୨୮/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ମହାବିଦ୍ୟାଳୟ ଠାରେ +୩ର ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଘାଟିତ ହୋଇଯାଇଛି।ଉକ୍ତ ଶିବିର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରୀ ଆତ୍ମ ସୁରକ୍ଷା ସଂଯୋଜିକା ଅଧ୍ୟାପିକା ଲିପ୍ସାରାଣୀ ନାୟକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ଉଦଘାଟନ କରିଛନ୍ତି। ମଞ୍ଚାସୀନ ଅତିଥି ଭାବେ ପ୍ରେମରେଖା ଭତ୍ରା, ଅର୍ଥଶାସ୍ତ୍ର ଅଧ୍ୟାପିକା ତଥା ପୂର୍ବତନ ଆତ୍ମ ସୁରକ୍ଷା ସଂଯୋଜିକା ତଥା ଶିକ୍ଷା ବିଭାଗ ଅଧ୍ୟାପିକା ସୀତାଂଶୁ ମାଳିନୀ ପରିଡା, ଇଂରାଜୀ ଅଧ୍ୟାପିକା ନନ୍ଦିନୀ ସୋଡି, ଅର୍ଥ ଶାସ୍ତ୍ର ଅଧ୍ୟାପିକା ସୁଲୋଚନା ଖିଲ, ଓଡ଼ିଆ ଅଧ୍ୟାପିକା ବିଜୟ ଲକ୍ଷ୍ମୀ ସେଠି ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କର ଆତ୍ମ ସୁରକ୍ଷାକୁ ଗୁରୁତ୍ୱ ଦେଇ ବର୍ତ୍ତମାନ ପରିପ୍ରେକ୍ଷିରେ ସମସ୍ତ ଛାତ୍ରୀ ନିଶ୍ଚିତ ରୂପେ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିବା ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରି ନିଜ ନିଜ ମନ୍ତବ୍ୟ ରଖିଥିଲେ। ଉପସ୍ଥିତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷିକା ରୀନା ମାଡ଼କାମୀ ଏବଂ ଗାଙ୍ଗି ମାଡକାମୀ ସୁରକ୍ଷା ବାବଦରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ ଶିବିରରେ ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଂଯୋଜିକା ଲିପ୍ସାରାଣୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
