ବାରିପଦା,୨୦/୦୨(ପାଇକପୁଅ)ସ୍ଥାନୀୟ ମୁର୍ଗାବାଡି ଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ରାଜ୍ୟ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୟୁରଭଞ୍ଜ ଶାଖାର ସଦସ୍ୟ ମାନେ ଉପସ୍ଥିତ ରହି ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା ଜାଗରଣ ଉପରେ ଆଲୋକପାତ କରି ଦୁର୍ନୀତି ବିକଶିତ ଭାରତର ଅସଲ ଶତ୍ରୁ ବୋଲି କହିଥିଲେ। ଗତବର୍ଷ ମାନଙ୍କରେ ଜିଲ୍ଲପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ପଦାଧିକାରୀଙ୍କୁ ଭେଟି ସଂଗଠନ ସାଧାରଣ ଲୋକଙ୍କ ଅନେକ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ଆଗାମୀ ଦିନରେ ସଂଘର ଆଭିମୁଖ୍ୟକୁ ସଫଳ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମୁକ୍ତେଶ୍ଵର ଜୀଉ ସଭାପତି, ବିଭୁତି ଭୂଷଣ ସଦୁଆଳ କାର୍ଯ୍ୟକାରୀ ସଭାପତି, ଆଲୋକ କୁମାର ରଣା, ହରିନାରାୟଣ ମିଶ୍ର ଓ ଦିଲ୍ଲୀପ କୁମାର ଦାସ ଉପ ସଭାପତି, ସୁନୀଲ କୁମାର ହୋତା ସମ୍ପାଦକ, ରାଧାଗୋବିନ୍ଦ ବେହେରା କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ସଞ୍ଜୟ କୁମାର ଷଡ଼ଙ୍ଗୀ, ଦିଲ୍ଲୀପ କୁମାର ପଣ୍ଡା, ଭାନୁପ୍ରତାପ ଭଞ୍ଜଦେଓ, ଉଦୟନାଥ ଦେ ତଥା ମହିଳା ମଞ୍ଚ ସଂଯୋଜିକା ଭାବେ ରଞ୍ଜିତା ବେହେରାଙ୍କୁ ଚୟନ କରାଯାଇଛି।ଆଗାମୀ ଦିନରେ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ସହ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସମସ୍ତ କର୍ମକର୍ତ୍ତା ସଙ୍ଘବଦ୍ଧ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରିଥିଲେ। ଶେଷରେ ସଭାପତି ଶ୍ରୀ ଜୀଉ ସଙ୍ଘର ଉଦ୍ଦେଶ୍ୟ ପୂରଣ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
