ମୁନିଗୁଡ଼ା,୫/୨(ପାଇକପୁଅ) ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଉପାନ୍ତ ଲାଞ୍ଜିଗଡ଼ ଠାରେ ପ୍ରାୟ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ସ୍ଥାପିତ ବହୁରାଷ୍ଟ୍ରୀୟ ବେଦାନ୍ତ ଆଲୁମିନା ଲି କମ୍ପାନୀ ଉପରେ ନିର୍ଭରଶୀଳ ଶହ ଶହ ପରିବାର ଏବେ ସେମାନଙ୍କ ଜୀବନ ଜୀବିକାର ପ୍ରଶ୍ନ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗ କାମନା କରିଛନ୍ତି। ଅନ୍ୟଥା କମ୍ପାନୀର ମାଲ ପରିବହନ ପାଇଁ ନିୟୋଜିତ ୩୦୦ ରୁ ଉର୍ଦ୍ଧ୍ବ ଟ୍ରକ୍ ର ରୁଣ ଗ୍ରସ୍ତ ମାଲିକ ଦେବାଳିଆ ହେବା ସହିତ ୬୦୦ରୁ ଉର୍ଦ୍ଧ ଡ଼୍ରାଇଭର ଓ ହେଲେପର ପରିବାର ଭୋକ ଉପାସରେ କାଳାତିପାତ କରିବାକୁ ବାଧ୍ୟ ହେବେ। ସୂଚନା ଅନୁଯାୟୀ କମ୍ପାନୀ ର କାର୍ଯ୍ୟ ଆରମ୍ଭ ରୁ ସ୍ଥାନୀୟ ମୁନିଗୁଡା,ଦହିଖାଲ ଓ ନିକଟସ୍ଥ ଲାଞ୍ଚୀଗଡ ଅଞ୍ଚଳରେ କେତେକ ବ୍ୟକ୍ତି ବିଶେଷ ଉଧାର କରଜ କରି କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହମତି ଆଧାରରେ ଟ୍ରକ, ହାଇୱା ଆଦି ଗାଡି କିଣିଥିଲେ ଏବଂ ଏଥିପାଇଁ ଡ଼୍ରାଇଭର ଓ ହେଲପର ମାନଙ୍କୁ ନିୟୋଜିତ କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ କନଭେୟର ବେଲଟ୍ ଦ୍ଵାରା ଉକ୍ତ କାର୍ଯ୍ୟ ସମ୍ପାଦିତ କରୁଥିବା ରୁ ପ୍ରାୟ ଏକ ହଜାର ପରିବାର ହତାସ ହୋଇପଡିଛନ୍ତ।ଗତ ଦୁଇ ଦିନ ତଳେ ମୁନିଗୁଡା,ଦହିଖାଲ, ଓ ଲାଞ୍ଜିଗଡ଼ କୁ ନେଇ ଗଠିତ ମା ଭୈରବୀ ଟ୍ରକ ମାଲିକ ସଂଘ ର ଆହ୍ୱାନ କ୍ରମେ ଆୟୋଜିତ ବୈଠକ ରେ ନିୟମଗିରି ପାଦଦେଶରେ ନିଯୁକ୍ତି ସୃଷ୍ଟି ପାଇଁ ଅବସ୍ଥାପିତ କମ୍ପାନୀ ଉପରେ ନିର୍ଭରଶୀଳ ଲୋକ ମାନେ ହରାଇବା ଦୁର୍ଭାଗ୍ୟଜନକ ଓ ଆଗାମୀ ଦିନରେ ଏହା ଜନଆନ୍ଦୋଳନ ସୃଷ୍ଟି କରିବା ସମ୍ଭାବନା ଥିବା ଆଲୋଚିତ ହେଉଅଛି।ମାଲିକ ସଂଘ ସଭାପତି ମୀନକେତନ ଷଡ଼ଙ୍ଗୀ, ଉପସଭାପତି ବଟକୃଷ୍ଣ ପୃଷ୍ଟି, ସଂପାଦକ ମହମ୍ମଦ ଆୟୁବ,ନବିନ ପାତ୍ର, ସୁନିଲ୍ ଜୈନ, ରଞ୍ଜିତ ପାଢ଼ୀ, ଚନ୍ଦ୍ରଶେଖର ବେହେରା,ଚାୱାଲ ମାଝୀ,ସୁବାର ନାଏକ,ଲିଙ୍ଗା ମାଝୀ, ସୁରେଶ ଜୈନ୍ ପ୍ରମୁଖ ଉପସ୍ଥିତ ରହି କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ସମ୍ବେଦନଶୀଳ ଭୂମିକା ନେବାକୁ ନିବେଦନ କରିଛନ୍ତି।
