ବାରିପଦା, ୨୮/୦୧(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ଐତିହ୍ୟସ୍ଥଳୀର ପୁନରୁଦ୍ଧାର ସହିତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମାଧ୍ୟମରେ ବେରୋଜଗାର ମାନଙ୍କୁ ରୋଜଗାର ଦେବା ସହିତ ଜିଲ୍ଲାରେ ଅର୍ଥନୈତିକ ଅଭିବୃଦ୍ଧି କରିବାର ଅଭିଯାନ ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ଵରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନକୁ ନେଇ ଆଜି ସଂଗଠନ ପକ୍ଷରୁ ଏକ ନିଆରା ଢଙ୍ଗରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କାରିଗର ମାନେ ନିଜ ନିଜର କାରିଗରୀ ପ୍ରଦର୍ଶନ କରିଥିଲେ ଏବଂ ସରକାର ତୁରନ୍ତ ଉକ୍ତ କ୍ଷେତ୍ରରେ ହସ୍ତକ୍ଷେପ କରି କୁଟୀର ଶିଳ୍ପ ପ୍ରତିଷ୍ଠା ସହିତ ଏକ ଉପଯୁକ୍ତ ମାର୍କେଟ ପ୍ରସ୍ତୁତ କରିବା ନେଇ ନିଜର ଦାବି ଜଣାଇଥିଲେ।ପୁଣି କାରିଗର ମାନଙ୍କୁ ସମର୍ଥନ ଜଣାଇ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାରିପଦା ମଧୁବନ ସ୍ଥିତ ଭୈରବୀ ମନ୍ଦିର ସମ୍ମୁଖରୁ ବାହାରି ମୁଖ୍ୟ ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା। କରାଯାଇଥିଲା।
ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କର ନେତୃତ୍ଵରେ ହୋଇଥିବା ଶୋଭାଯାତ୍ରା ରେ ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଯୁବ ଛାତ୍ର ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ସଂଜୀବ ରାଉତ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସତ୍ୟସ୍ଵରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଉପାଧ୍ୟକ୍ଷା କନିକା ବୋଷ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଆବାହକ ରାକେଶ ବେହେରା, ସଂଯୋଜକ ସାମନ୍ତ ଶେଖର ପାଲ, ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି,ଜିଲ୍ଲା ଯୁବଶାଖା ସଭାପତି ଏସ.କେ. ରାଜାଖାନା, କର୍ଯ୍ୟକାରୀ ସଭାପତି ରବିନ ମହାନ୍ତି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ବାରିପଦା ଉପଖଣ୍ଡ ସଭାପତି ପରିତୋଶ ବାରିକ, ଜିଲ୍ଲା ଉପସଭାପତି ପ୍ରୀତମ ପଣ୍ଡା ପ୍ରମୁଖଙ୍କ ସହିତ ଜିଲ୍ଲାର ବହୁ ଯୁବ ଛାତ୍ର ସଂଗଠକ ସାମିଲ ଥିଲେ ଏବଂ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଓଡିଶାର ରାଜଧାନୀ ଭୁବନେଶ୍ଵର ଅନୁଷ୍ଠିତ ହେବ ବୋଲି ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଜଣାଇଛନ୍ତି।

