ଯୋଡ଼ା,୨୦/୦୧(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ରେ ଆଜି ଦିବା ଏଗାର ଘଟିକା ରୁ ମିଳିତ ଅଭିଯୋଗ ଶୁଣାଣି ଆରମ୍ଭ ହୋଇ ଏକ ଘଟିକା ରେ ଶେଷ ହୋଇଥିଲା।ଏହି ଅଭିଯୋଗ ଶୁଣାଣୀ ରେ ମୁଖ୍ୟ ଜିଲ୍ଲା ଆରକ୍ଷୀ ଅଧିକାରୀ,ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ,ମୁଖ୍ୟ ଜିଲ୍ଲା ଚିକିସ୍ଛା ଅଧିକାରୀ,ବନାଧିକାରୀ ଓ ଯୋଡ଼ା ବ୍ଲକ ର ଅଧକ୍ଷ ପ୍ରମୁଖ ଉପସ୍ଥିତ ରହି ୬୦ଟି ଲିଖିତ ଶୁଣାଣୀ କରିଥିଲେ। ଏଥିରେ ପ୍ରମୁଖ ଥିଲା କ୍ୟାମ୍ପ ହଟ୍ଟିଂ ଯିବା ଆସିବା ମୁଖ୍ୟ ରାସ୍ତା କାମ।ଯାହାକି ରାସ୍ତା ମରାମତି ହେଉ ନଥିବାରୁ ସେଠାକାର ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ତେବେ ତାହାର ସୁବିଧା କିପରି ହୋଇ ପାରିବ ତାହା ସମାଧାନ ନିମନ୍ତେ ତହସିଲଦାର ଙ୍କୁ କହିଥିଲେ।ତତ୍ ସହିତ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ର ପଦାଧିକାରୀ ମାନେ ଯୋଗ ଦେଇଥିଲେ।

