ଭୁବନେଶ୍ଵର,୧୦/୦୧(ପାଇକପୁଅ)ଏଆଇଟିୟୁସି ରାଜ୍ୟ ଅଫିସରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଏକ ଲିଖ୍ତ ବିବରଣୀରେ ରାହୁ ପୁଞ୍ଜିପତିଙ୍କ ଇଙ୍ଗିତରେ ପରିଚାଳିତ ସାମ୍ପ୍ରଦାୟିକ ଏକଛତ୍ରବାଦୀ ବିଜେପି-ଏନ୍ଡିଏ ସରକାର ଶ୍ରମିକ ଶ୍ରେଣୀ ଉପରେ ଚଳାଇଥିବା ଆକ୍ରମଣ ପ୍ରକ୍ରିୟାରେ ଦେଶର ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନୋତ୍ତର ଭାରତର ଶ୍ରମିକ ଶ୍ରେଣୀର ଦୀର୍ଘ ସଂଗ୍ରାମ ଓ ମାନବାଧ୍ୟକାର ସମ୍ବଳିତ ୪୪ଟି ଶ୍ରମ ଆଇନ୍ ମଧ୍ୟରୁ ୧୫ଟି ଶ୍ରମ ଆଇନକୁ ସମ୍ପୂର୍ଣ ରଦ୍ଦ କରିଛନ୍ତି । ବାକି ୨୯ଟି ଶ୍ରମ ଆଇନରେ ଥିବା ଶ୍ରମିକଙ୍କ ହକ୍ ଏବଂ ଅଧୂକାରକୁ ଖର୍ଚ କରି ଶ୍ରମିକ କର୍ମଚାରୀ ନିଯୁକ୍ତିଦାତା ରାହୁ ପୁଞ୍ଜିପତିଙ୍କ ଶ୍ରମ ଶୋଷଣ ପାଇଁ ୪ଟି ଶ୍ରମ କୋଡ୍ ପ୍ରଣୟନ କରିଛନ୍ତି । ଏହି ଶ୍ରମ କୋଡ୍ ଶ୍ରମିକ କର୍ମଚାରୀଙ୍କୁ ମଧ୍ୟଯୁଗୀୟ କ୍ରୀତଦାସ ଅବସ୍ଥାକୁ ଠେଲି ଦେବା ଏହା ବିରୋଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ମାନଙ୍କ ସଂଯୁକ୍ତ ମୋର୍ଚ୍ଚା ଆହ୍ବାନରେ ଶ୍ରମିକ ସ୍ଵାର୍ଥ ବିରୋଧୀ ଶ୍ରମ କୋର୍ଡ ରଦ୍ଦ ଦାବିରେ ୧୨ ଫେବୃୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ରାଜ୍ୟରେ ସଫଳତା ପାଇଁ ଆହ୍ବାନ ଦେଇଥିଲେ। ଏଥିପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।ଆଗାମୀ ମାର୍ଚ୍ଚ ମାସରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବାକୁ ଥିବା ଏଆଇଟିୟୁସିର ଜାତୀୟ କାର୍ଯ୍ୟକାରୀ କମିଟି ବୈଠକର ପ୍ରସ୍ତୁତି ସହ ଏପ୍ରିଲ୍ ମାସରେ କର୍ମୀଜୀବୀ ମହିଳାମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବ। ତତ୍ସହିତ ଏଆଇଟିୟୁସିର ସର୍ବଭାରତୀୟ ସମ୍ମିଳନୀ ଆଗାମୀ ନଭେମ୍ବର ୨୧ରୁ ୨୫-୨୦ ୨୬ରେ ବାଙ୍ଗାଲୋରଠାରେ ଅନୁଷ୍ଠିତ ହେବାକୁ ଥିବାରୁ ଏହା ପୂର୍ବରୁ ଓଡ଼ିଶାରେ ବିଭିନ୍ନ ୟୁନିୟନର ସମ୍ମିଳନୀ, ଜିଲ୍ଲା ସମ୍ମିଳନୀ, ରାଜ୍ୟସ୍ତରୀୟ ୟୁନିୟନର ସମ୍ମିଳନୀ ହେବା ସହ ଆଗାମୀ ରାଜ୍ୟ ସମ୍ମିଳନୀ ତାଳଚେରଠାରେ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଏବଂ କୋଇଲା ଶ୍ରମିକ ଫେଡେରେସନ୍ର ସର୍ବଭାରତୀୟ ସମ୍ମିଳନୀ ଆଗାମୀ ଜୁନ୍ ମାସରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ
ବ୍ୟାପକ ଭାବରେ ସଫଳତା ସହ ରାହୁ ପୁଞ୍ଜିପତିଙ୍କ ଇଙ୍ଗିତରେ ପରିଚାଳିତ ସାମ୍ପ୍ରଦାୟିକ ଏକଛତ୍ରବାଦୀ ବିଜେପି-ଏନ୍ଡିଏ
ସରକାରଙ୍କ ଶ୍ରମିକ-କର୍ମଚାରୀ-କୃଷକ ଯୁବ-ଛାତ୍ର-ମହିଳା-ବୁଦ୍ଧିଜୀବୀ ମାରଣ ସରକାର ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ଏଆଇଟିୟୁସି ସହବନ୍ଧିତ ସମସ୍ତ ୟୁନିୟନ୍ ଶ୍ରମିକ ଶ୍ରେଣୀର ଦାବି ଓ ଅଧିକାର ହାସଲ ପାଇଁ ଏକ୍ୟବଦ୍ଧ ଆନ୍ଦୋଳନକୁ ତେଜିଆନ କରିବାକୁ ଗୁରୁତ୍ଵ ଦିଆଯାଇଛି।

ଏହି ବୈଠକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍ବୋଧନ ଦେଇ ଶ୍ରମିକ ଶ୍ରେଣୀର ହକ୍ ଏବଂ ଅଧିକାର ହାସଲ ପାଇଁ ଶ୍ରମିକ ଶ୍ରେଣୀ ଆହୁରି ସଂଗଠିତ ହେବା ସହ ବିଧାନସଭା ଓ ସଂସଦରେ ଶ୍ରମିକ ଶ୍ରେଣୀର ରାଜନୈତିକ ପ୍ରତିନିଧୂତ୍ବ ପାଇଁ ଶ୍ରମିକ ଶ୍ରେଣୀ ଗୁରୁତ୍ବ ଦେବାର ଆବଶ୍ୟକତା ଅତି ଜରୁରୀ ବୋଲି ଆହ୍ବାନ ଦେଇଥିଲେ।
ଏହି ବୈଠକରେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ମହେଶ୍ବର ରାଉତ, ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ,ସରୋଜିନୀ ଆଚାର୍ଯ୍ୟ, ଜୟନ୍ତ ଦାସ, ମାୟାଧର ନାୟକ, ନମିତା ସାହୁ, ବିଷ୍ଣୁପ୍ରିୟା ଜେନା, ବିଦ୍ୟାଧର ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ,ଭାଗବତ ପ୍ରତିହାରୀ, ଦେବାଶିଷ ବାବୁ, ମନୋରଞ୍ଜନ ପରିଡ଼ା, କରୁଣାକର ସାହୁ, ମାତିଲଦା କୁଲୁ, କାହ୍ନୁ ବେହେରା, ସୁବାସମହାପାତ୍ର, ସୌଦାମିନୀ ଦାଶ, କବିତା ସେଠୀ, ଆରତୀ ଦାସ ମହାପାତ୍ର, ନର୍ମଦା ନାହାକ, ପ୍ରମୋଦ ମହାନ୍ତି, ବିଦୁର କୁମ୍ଭାର,ପ୍ରବୀଣ ଦାଶ, ନୀଳକଣ୍ଠ ଦାଶ, ସୁରେନ୍ଦ୍ର ଶର୍ମା, ସନ୍ତୋଷ କନର, ଅଭିଷେକ ଶତପଥୀ, କମଲ ଷଣ୍ଢ, ଶିଶିର ମଲ୍ଲିକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।
