କାଲିମେଳା:୩୦/୧୨:(ସନ୍ତୋଷ କୁମାର ପଣ୍ଡା)ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ପ୍ରହସନ ପାଲଟିଛି ମନରେଗା କାର୍ଯ୍ୟ।ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ରୋଜଗାରର ପନ୍ଥା ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଯୋଜନା କିନ୍ତୁ ଶ୍ରମିକ ବଦଳରେ ମେସିନ ମାଲିକ ଓ ଠିକାଦାରଙ୍କୁ ଯୋଗଉଛି ରୋଜଗାର।ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହେଉଥୁବା ମନରେଗା କାର୍ଯ୍ୟକୁ ନେଇ ପୂର୍ବରୁ ଅନେକ କାର୍ଯ୍ୟର ଏନଏମ୍ଏମ୍ ଏସ କରି ଟଙ୍କା ଉଠିବା ସହ ଅନେକ ସ୍ଥାନରେ ମେସିନ ଦ୍ଵାରା କାର୍ଯ୍ୟ କରୁଥିବା କଥା ପ୍ରମାଣିତ ହୋଇଥିବା ସତ୍ତ୍ବେ ଏହି ପ୍ରକ୍ରିୟା କମିବାର ନା ନେଉନି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର ଅରଡ଼ି ରାସ୍ତା ଠାରୁ ମସାଣିଘାଟ ରାସ୍ତା କାମରେ ବେପକା ଦୁର୍ନୀତି ଦେଖିବାକୁ ମିଳିଛି। ଏହାକୁ କାର୍ଯ୍ୟ ଜାରି ରହିଥିବା ଦର୍ଶାଇ ଟଙ୍କା ଉଠୁଥିବା ଦେଖିବାକୁ ମିଳିଛି l ଯାହାର କାର୍ଯ୍ୟର କୋଡ଼ ନଂ-2431014010/ RC/10620326 ଏହାର ଅଟକଳ ମୂଲ୍ୟ ୯୯୯୬୫୬ ଟଙ୍କା କାମ କିଛି ମାସ ପୂର୍ବରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହାର ଏନ ଏମ୍ ଏମ୍ ଏସ ହେଉଥିବା ଦେଖିବା ପାଇଁ ମିଳିଛି।ଏଭଳି କେଉଁ କେଉଁ କାମ ପୂର୍ବରୁ ହୋଇଥିବା ବେଳେ ବର୍ତ୍ତମାନ ଏହାର ଏନ ଏମ୍ ଏମ୍ ଏସ ହେଉଛି ତାହାର ତଦନ୍ତ ହେବା ଦରକାର।ମନରେଗା ଯୋଜନାରେ ଯେକୌଣସି କାର୍ଯ୍ୟ ଆରମ୍ଭ ହେଲେ କାର୍ଯ୍ୟ ଜାରୀ ଥିବା ସମୟରେ ଫୋଟୋ ଅପଲୋଡ଼ କରିବା କଥା ଏବଂ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମ ମଏମ ଏସ କରାଯାଏ । ଏନଏମଏସ୍ଏ ଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହା ଦ୍ବାରା କାର୍ଯ୍ୟରତ ଶ୍ରମିକଙ୍କ ନାମ ଓ କାଯ୍ୟସ୍ଥଳୀରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାର୍ଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସୃଷ୍ଟ ହେଇଥାଏ।କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବା ପାଇଁ ମିଳିଛି ତାଣ୍ଡାବାଇ ପଞ୍ଚାୟତରେ।ଏ ସମ୍ୱନ୍ଧରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ତାହା ସମ୍ଭବ ହେଇ ପାରି ନାହିଁ।ତେବେ ଦେଖିବା ପାଇଁ ବାକି ରହିଲା ଏହାର ତଦନ୍ତ କିପରି ହେଉଛି ଓ କିପରି ପୂର୍ବ ରୁ ହେଇଥିବା କାର୍ଯ୍ୟର ଟଙ୍କା ବର୍ତ୍ତମାନ ପୈଠ ହେଉଛି ତାହାର ସତ୍ୟତା କେବେ ସାମ୍ନାକୁ ଆସୁଛି ତାକୁ ହିଁ ଅପେକ୍ଷା।

