ବାରିପଦା,୨୯/୧୨(ପାଇକପୁଅ)ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାରିପଦାରେ ଏକ ସଚେତନତା ଶୋଭାଯାତ୍ରା ସହ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଅନେକ ନେତା ଓ କର୍ମୀ ତଥା ବିଦ୍ୟୁତ ଉପଭୋକ୍ତା ମାନେ ସତ୍ୟସାଇ ସମ୍ପର୍କ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଦ୍ୟୁତ ବିଭାଗ ବିରୋଧରେ ନାରା ଦେଇ ବାଘରା ରୋଡ ସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ମାନଙ୍କୁ ମାଗଣା ବିଜୁଳି ପ୍ରଦାନ, ବିଦ୍ୟୁତ ବିଲ କମ କରାଯିବା, ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯିବା, ଅତିରିକ୍ତ ସିକୁରିଟି ଅର୍ଥ ଜମାରାଶି ବନ୍ଦ କରାଯିବାକୁ ଦାବୀ କରିଛନ୍ତି. ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ବିଜେପିର ଏକ ନିର୍ବାଚନୀ ଚାଲ ଓ ମିଥ୍ୟା ପ୍ରତିଶୃତି ଥିଲା। ଟାଟା ପାୱାର କମ୍ପାନୀ ତଥା ରାଜ୍ୟ ସରକାର ଗ୍ରାହକଙ୍କୁ ଲୁଟିବା ବନ୍ଦ ନକଲେ ଆଗାମୀ ଦିନରେ କଂଗ୍ରେସ ବ୍ଳକ ସ୍ତରରେ ଅନ୍ଦୋଳନ କରି ସାଧାରଣ ଜନତାଙ୍କୁ ସଚେତନ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି।ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଏସଟି ସେଲର ରାଜ୍ୟ ଉପାଧ୍ୟକ୍ଷ ଚୈତନ୍ୟ ହାଁସଦା, କୃଷକ ସେଲ ସଭାପତି ଦୀପକ ଦାଶ, ପିସିସି ସଭ୍ୟ ନାରାୟଣ ପଟ୍ଟନାୟକ, ଶାନ୍ତନୁ ପାଲ, ସୁନୀତା ନାୟକ, ସବିତା ସୋରେନ, ଗୌରୀ ନାୟକ, ଭୋଜ ଗୋବିନ୍ଦ ଦଳେଇ, ନଳିନୀ ପଟ୍ଟନାୟକ, ମିନକେତନ ବେହେରା ପ୍ରମୁଖ ନିଜନିଜ ବକ୍ତବ୍ୟରେ ବିଜେପି ସରକାରର ମିଥ୍ୟା ପ୍ରତିଶୃତିକୁ କଡ଼ା ସମାଲୋଚନା କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ମାଧବୀ ସେନାପତି, ରାଜ୍ୟ ମହିଳା ସଂପାଦିକା ଶୁଭସ୍ମିତା ଦାସ, ଭୁବନେଶ୍ଵରୀ ଜେନା,ତାରଣା ବାନୋ,ଉତ୍ତମ ବେହେରା, ସତ୍ୟକାମ ସେନାପତି, ବିକାଶ ମୋହାଭୋଇ, ସମର ରଂଜନ ଦାସ ନିର୍ମଳ ପ୍ରଧାନ, ଅସିତ ଦାସ, ଶେଖ ରଖିମ, ବନମାଳି ବାରିକ, ସୁନାରାମ ସୋରେନ, ଭବାନୀ ସାହୁ, ପାର୍ବତୀ ସୋରେନ, ଅଭିଷେକ ଯାଦବ, ବନମାଳୀ ବାରିକ, ଟିକନ ଗୋଛାୟତ, ଚନ୍ଦନ କିଷ୍କୁ, ବିଷ୍ଣୁ ସୋରେନ ପ୍ରମୁଖ ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

