ବାରିପଦା,୨୮/୧୨(ପାଇକପୁଅ)ମାସ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ତଥା ଅଖିଳ ଭାରତ ସନ୍ତାଳୀ ଭାଷା ଓ ଲିପି ବିକାଶ ମୋର୍ଚ୍ଚାର କେନ୍ଦ୍ରିୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଆଦିବାସୀ ଗ୍ରାମର ପୂଜକଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ଏବଂ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ଦାବିରେ ଅନେକଥର ସାଇକେଲ ଯାତ୍ରା, ପଦଯାତ୍ରା, ଧାରଣା ବିକ୍ଷୋଭ ଆନ୍ଦୋଳନ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା। ତେବେ ବର୍ତ୍ତମାନ ଅନୁସୂଚିତ ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବଦେଇ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବାରୁ ଅର୍ଜୁନ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। କୁଳିଅଣା ବ୍ଳକର ବିଭିନ୍ନ ସଙ୍ଗଠନର ସାମାଜିକ କର୍ମୀମାନେ ଆଦିବାସୀ ପାରମ୍ପରିକ ହଳଦିଆ ପଗଡିଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

