ବାରିପଦା,୧୮/୧୨(ପାଇକପୁଅ) ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ୨୭ ନମ୍ବର ୱାର୍ଡ ତକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ପଡିଆ ନିକଟସ୍ଥ ଏକ ନିମ୍ବଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ମୃତକ ଜଣକ ଶୂଳିଆପଦା ଥାନା ଅନ୍ତର୍ଗତ ଲୁହାମାଳିଆ ଗ୍ରାମର ସ୍ୱର୍ଗତଃ ପୁଲିନ୍ଦ୍ର ରାଜଙ୍କ ପୁତ୍ର ରାମଚନ୍ଦ୍ର ରାଜ (୪୨) ବୋଲି ଜଣାଯାଇଛି।ଗଛରେ ମୃତଦେହ ଝୁଲି ରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଭଞ୍ଜପୁର ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଗଛରୁ ମୃତଶରୀର ଓହ୍ଲାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଘଟଣା ବାବଦରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଭଂଜପୁର ପୋଲିସ।

