କାଲିମେଳା:୧୮/୧୨:(ସନ୍ତୋଷ କୁମାର ପଣ୍ଡା): କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି–୭୯ ଠାରେ ଅବସ୍ଥିତ ସାବରୀ ବିଦ୍ୟା ଭବନ ୪୫ତମ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଦୁଇ ଦିନ ବ୍ୟାପୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଛି। ଆଜି ଏହାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଉଦ୍ୟାପନୀ ଦିବସ ପାଳିତ ହେବ।ଏହି କ୍ରୀଡ଼ା ମହୋତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ଅଂଶଗ୍ରହଣ କରି ନିଜର କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେl ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିଜୀବୀ ଦୀପକ ଦତ୍ତ ଏବଂ ସମ୍ମାନିତ ଅତିଥି ଭାବେ ମାଲାଭାରମ୍ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ଯୋଗ ଦେଇଥିଲେ। ମଞ୍ଚ ପରିଚାଳନାର ଦାୟିତ୍ୱ ବିଭୁତି ଭୂଷଣ ସେଠୀ ଓ କ୍ରୀଡ଼ା ଶିକ୍ଷକ ଚିତ୍ତରଞ୍ଜନ ହରିଚନ୍ଦନ ସୁଚାରୁ ଭାବେ ନିର୍ବାହ କରିଥିଲେ।

ଏହି ଅବସରରେ କବିତା ସରକାର, ପ୍ରଭାତ ମଣ୍ଡଳ, ଦୀପକ ମେହେର, ସର୍ମିଳା ଢ଼ାଳି, ହିମାଂଶୁ ମଣ୍ଡଳ, ମୋନାଲିସା ସାହୁ, ସତ୍ୟରଞ୍ଜନ ବାରିକ, ସମ୍ପଦ କୁମାର ଲେଙ୍କା, ସାଇ କୁମାର ଇମାଣ୍ଡି, ଅମିତା ପ୍ରଧାନ, ଭୀମସେନ କାବାସି, ଭବେନ ମଣ୍ଡଳ, ସୁନିଲ ଦାସ, ବୃନ୍ଦା ମିଷ୍ଟ୍ରୀ ଓ ନୀତିଶ ରାୟ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ସହ କ୍ରୀଡ଼ା ମାଧ୍ୟମରେ ଅନୁଶାସନ, ସହଯୋଗ ଓ ଟିମ୍ ସ୍ପିରିଟ୍ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

