ବାଲିଗୁଡା,୧୬/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି।ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବଡ଼ିମୁଣ୍ଡା ଅଞ୍ଚଳର ହେରଦ ଦିଗାଳ ଏକ ହତ୍ୟା ମାମଲା ରେ ଜି.ଉଦୟଗିରି ସ୍ଥିତ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ।ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ। ସେଠାରୁ ସେ ୨୦୨୫ ମସିହା ଅକ୍ଟୋବର ମାସ ୧୪ ତାରିଖ ରେ ସୁସ୍ଥ ହୋଇ ବାଲିଗୁଡ଼ା ଉପ କାରାଗାରକୁ ଆସିଥିଲେ । ପୁଣି ହଠାତ ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ହେରଦ ଙ୍କ ର ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଅବ୍ୟାହତ ରଖିଛି।

