ବାରିପଦା, ୦୭/୧୨(ପାଇକପୁଅ)ଶିରୀଶବଣୀ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷଶ୍ରମର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ଅଧ୍ୟକ୍ଷା ବୀଣାପାଣି ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି, ଏମ.ପି.ସି. ଅଟୋନମସ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ଼. ବନଜା ମହାନ୍ତି ମୁଖ୍ୟ ବକ୍ତା, ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ଼. ପୁଷ୍ପା ପାତ୍ର, ବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳିତ ଚରିତ୍ର ସଫଳତାର ପ୍ରଥମ ପାହାଚ ବୋଲି ଛାତ୍ର ଛାତ୍ରୀଙ୍କୁ କହିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦାଶ ବାର୍ଷିକ ବିବରଣୀ ପାଠ ସହ ନୂତନ ଶିକ୍ଷା ନିତୀ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ, ବିଦ୍ୟାଳୟର ଉପାଧ୍ୟକ୍ଷ ସନ୍ଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

