କୋଣାର୍କ, ୦୭/୧୨(ପାଇକପୁଅ) ସରସ୍ଵତୀ ଶିଶୁ ମନ୍ଦିର, କୋଣାର୍କର ୧୭ତମ ବାର୍ଷିକ କ୍ରୀଡା ରବିବାର ପୂର୍ବାହ୍ନରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଉଦଘାଟିତ ହୋଇଯାଇ ଅଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସପ୍ତଦଶ ସାମ୍ବତ୍ସରିକ କ୍ରୀଡା ଉତ୍ସବର ପ୍ରଥମ ଦିନରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ନିଲମ କୁମାର ପରିଡ଼ା ଯୋଗ ଦେଇଥିଲେ।ସେହିପରି ଅନ୍ୟମାନଙ୍କ ମଧ୍ୟରେ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ପ୍ରଦୀପ କୁମାର ପାତ୍ର, ଶିକ୍ଷାବିତ୍ ସୁରଜିତ କୁମାର ସେନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁର ବିକାଶ ପାଇଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦୁଇଦିନିଆ ଏହି କ୍ରୀଡାରେ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗିରଥି ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ମେଘନାଦ ସ୍ୱାଇନ ମଞ୍ଚ ସଂଯୋଜନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁଇଦିନ ଧରି ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ଦୌଡ଼, ଉଛ ଡିଆଁ, ଲମ୍ବା ଡିଆଁ ଆଦି ବିଭିନ୍ନ ପ୍ରକାର କ୍ରୀଡାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।ଅନୁଷ୍ଟିତ ଏହି କ୍ରୀଡା ଉତ୍ସବରେ ସୁଶ୍ରୀ ଗୀତାରାଣୀ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ଥ ଗୁରୂମା,ଗୁରୁଜୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

