କୋଣାର୍କ, ୦୬/୧୨(ପାଇକପୁଅ) କୋଣାର୍କ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଚଳିତ ବର୍ଷ କରାଯାଇଛି ନୂଆ ପ୍ରୟାସ। ସାମାଜିକ ଅନୁଷ୍ଠାନ ବିକାଶ, କୋଣାର୍କ ପଥ ଉତ୍ସବ କମିଟି ଓ ୟୁବି ଫୁଡ୍ ସହଯୋଗରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି ଏହି ନିଆରା ପଥଉତ୍ସବ । କୋଣାର୍କ ସହରର ରାଜ ରାସ୍ତାରେ ଭିନ୍ନ ଭିନ୍ନ ସଙ୍ଗୀତର ପରିବେଷଣ ସହ ନୃତ୍ୟଶିଳ୍ପୀ ଓ ପର୍ଯ୍ୟଟକ ମାନେ ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ। ଆନନ୍ଦ ଉଲ୍ଲାସରେ ନୃତ୍ୟ ଶିଳ୍ପୀ ଓ ପର୍ଯ୍ୟଟକ ମାନେ ଏହାକୁ ଉପଭୋଗ କରିଥିଲେ। ଏହି ଉତ୍ସବ ମେଡ଼ିକାଲ ନିକଟ ଅର୍କ ମଣ୍ଡପରୁ ଶୁଭାରମ୍ଭ ହୋଇଥିଲା। ବିକାଶ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପଥ ଉତ୍ସବ ଲୋଗୋ ଉନ୍ମୋଚିତ କରିବା ସହ ପତାକା ଦେଖାଇ ପଥ ଉତ୍ସଵକୁ ଶୁଭାରମ୍ଭ କରିଥିଲେ।ଏହି ଉତ୍ସବ ମେଡ଼ିକାଲ ଛକରୁ ବାହାରି ରିଙ୍ଗ ରୋଡ ଓ ଟୁରିଷ୍ଟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଃ ମେଡ଼ିକାଲ ଛକକୁ ଫେରିଥିଲା।ରାସ୍ତାରେ ପ୍ରତିଯୋଗୀ ମାନେ ଆନନ୍ଦ ଉଲ୍ଲାସରେ ନୃତ୍ୟ ପରିବେଷଣ କରିଥିଲେ। ଅଂଶଗ୍ରହଣ କରିଥିବା ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଏନ୍ ଏ ସାହା ଅନସାରୀ, ରାଜ କିଶୋର ମହାପାତ୍ର,ରୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

