ଯୋଡ଼ା, ୦୪/୧୨(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଧରଣୀ ଧର ଛକ ନିକଟରେ ଥିବା ଏକ ମୋବାଇଲ୍ ଦୋକାନ ରୁ ଚୋରି କରି ଚୋର ଖସିଯାଇଥିଲେ। ହେଲେ ସି ସି ଟିଭି ରୁ ଚୋରଙ୍କୁ ଚିହ୍ନି ଦୋକାନୀଙ୍କ ସହିତ କିଛି ଯୁବକ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ର ତଦନ୍ତ ଯୋଡ଼ା ପୋଲିସ କରି ସାତ୍ୟ ସତ୍ୟ ଜାଣିବା ପରେ ଚୋରଙ୍କୁ କୋର୍ଟ ଚାଲାଣ କରିଥିଲା। ପ୍ରାୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ଚୋରି ହୋଇଥିବା ଜଣା ପଡ଼ିଛି ତେବେ ୧୫ରୁ ଉର୍ଦ୍ଧ ଆଣ୍ଡ୍ରଏଡ ଫୋନ୍, ଗୋଟିଏ ଆପଲ ଲ୍ୟାପଟପ୍ ଓ ୟାର କଡ଼ଥିବା ଜଣା ପଡ଼ିଛି।ସୁନିଲ୍ ଗୋପ୍, ପାତ୍ର ବସ୍ତି, ୱାର୍ଡ଼ ନଂ ୮ ଓ ସାଗର ମୁଣ୍ଡା, ହନୁମାନ ହାଟିଙ୍ଗ, ୱାର୍ଡ଼ ନଂ ୧୦, ଥାନା ଯୋଡ଼ା , ଜିଲ୍ଲା କେନ୍ଦୁଝର ହୋଇଥିବା ବେଳେ ନାବାଳକ ଦୋୟ ଙ୍କ ପରିଚୟ ପ୍ରଘଟ ହୋଇନାହିଁ। ତେବେ ଯୋଡ଼ା ଅଞ୍ଚଳରେ ପ୍ରାୟ ତ ଚୋରି ଘଟଣାରେ ନାବାଳକ ମାନଙ୍କୁ ବ୍ୟବହାର କରି ସଫଳ ହେଇଥିବା ଜଣା ପଡ଼ିଛି।

