ବାରିପଦା,୦୩/୧୨(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଣତ୍ରୀ ପଞ୍ଚାୟତ ବଦଳିଗାଁ ଗ୍ରାମରେ ଶରତ ଚନ୍ଦ୍ର ପଶା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାବା ଭୂତେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ତାଙ୍କ ସୁପୁତ୍ର ଅନନ୍ତ ପଶାଙ୍କ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମଙ୍ଗଳପୁର ଓ ନୀଳଗିରି ଟିମ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି।ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକରରେ ମଙ୍ଗଳପୁର ୫-୪ ଗୋଲରେ ନୀଳଗିରି ଟିମକୁ ହରାଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି। ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଏସଡିସି ଅଧ୍ୟକ୍ଷ ଡ଼. ଦେବାଶିଷ ମାରାଣ୍ଡି , ସମ୍ମାନିତ ଅତିଥି ଭାବେ ବିଜୁ ଯୁବଜନତା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଲଲାଟେନ୍ଦୁ ବେହେରା, ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତୀ ସିଂ, ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ, ଡ଼ ରଜନୀକାନ୍ତ ମହାପାତ୍ର ଓ ଯାମିନୀ ନାଏକ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

