ବାରିପଦା, ୦୩/୧୨(ପାଇକପୁଅ)ନୂଆଦିଲ୍ଲୀସ୍ଥ ତଳକଟରା ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ ଅଲ ଇଣ୍ଡିଆ ଇଣ୍ଟର ଜୋନାଲ କରାଟେ ଚମ୍ପିଆନସିପ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରତିଯୋଗିତାରେ କ୍ୟାନସି ଶ୍ରୀକାନ୍ତ ବାରିକ, ମୁଖ୍ୟ ପ୍ରଶିକ୍ଷକ ସୁଶାନ୍ତ ବାରିକ, ଟିମ ମ୍ୟାନେଜର ସଞ୍ଜୟ ସାହୁ ଏବଂ କୋଚ ସାଇ ସୁନ୍ଦର ବାରିକଙ୍କ ତତ୍ତ୍ଵାବଧାନରେ ବାରିପଦାର ଦାରୋଗାଡାହି ସ୍ଥିତ ଉତ୍କଳ କରାଟେ ସ୍କୁଲ ମୁଖ୍ୟ ଶାଖାରୁ ୩ ଜଣ ଛାତ୍ରଛାତ୍ରୀ ଙ୍କ ସହ ମୋଟ 6ଜଣ ଅଂଶଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ଆଦିର ଦେ (୮ବର୍ଷ)ସର୍ବଭାରତୀୟ ସ୍ତରରେ କାତା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର ପୂର୍ବକ ରୌପ୍ୟ ପଦକ ହାସଲକରି ନିଜର ତଥା ମୟୁରଭଞ୍ଜ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି ସଫଳତା ପାଇଁ କରୁଣା କର ହେମ୍ବ୍ରମ, ଯଦୁନାଥ ନାୟକ, ରଞ୍ଜନ ପୃଷ୍ଟି ପ୍ରମୁଖ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

