ମାଲକାନଗିରି,୩୦/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଡିଏନକେ ପଡିଆ ଠାରେ ରବିବାର ସକାଳ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଟିମ ଏବଂ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଭିଡିଓ ଜୋର୍ଣ୍ଣାଲିଷ୍ଟ ଟିମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୧୫ ଓଭର ବିଶିଷ୍ଟ ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନିମନ୍ତେ ନିଷ୍ପତ୍ତି ନେଇଥିଲା ଭିଡିଓ ଜୋର୍ଣ୍ଣାଲିଷ୍ଟ ଏକାଦଶ ଟିମ। ଏଥିସହ ୬ ଉଇକେଟ ହରାଇ ୧୩୯ ରନ କରିବାରେ ସକ୍ଷମ ହୋଇଥିଲା। ସେହିପରି ଡାକ୍ତର ଏକାଦଶ ଟିମ ୭ ଉଇକେଟ ହରାଇ ୧୫ ଓଭରରେ ୧୨୫ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭିଡିଓ ଜୋର୍ଣ୍ଣାଲିଷ୍ଟ ଏକାଦଶ ଟିମ ବିଜୟ ଲାଭ କରିଥିଲା। ଡାକ୍ତର ଏକାଦଶ ଟିମର ଡ଼.ଅଭିଷେକ ୩୩ ବଲ ରେ ସର୍ବାଧିକ ୫୨ ରନ ସଂଗ୍ରହ କରିଥିବା ବେଳେ ଭିଡିଓ ଜର୍ଣ୍ଣାଲିଷ୍ଟ ଦଳର ସଂଜୟ ସର୍ବାଧିକ ୨୧ ବଲ ରେ ୨୨ରନ ସଂଗ୍ରହ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚଟି ରେ ସହଯୋଗ କରିଥିଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ଏଥିସହ ବିଜୟୀ ଭିଡିଓ ଜୋର୍ଣ୍ଣାଲିଷ୍ଟ ଟିମ କୁ ୨୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ ସମେତ ଉଭୟ ଟିମ ରେ ଅଧିକ ୪ ଏବଂ ୬ ମାରିଥିବା ବ୍ୟାଟସ ମ୍ୟାନ ଙ୍କୁ ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, ଉପଦେଷ୍ଟା ରତ୍ନାକର ଦାସ, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରିଆ ଏବଂ ଦେଵବ୍ରତ ସାନା, ଏ ଈଶ୍ୱର ରାଓ, ଉପସ୍ଥିତ ରହି ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବିଜୟୀ ଟିମ କୁ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ବେଉରିଆ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର, ପୂର୍ବତନ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ସତବୀର ସିଂ ରିୟାର ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

