ଯୋଡ଼ା, ୨୯/୧୧(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ କୁନ୍ଦୂରନାଳାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଯୋଡ଼ା ବ୍ଲକ୍ ର ସି ଆର ସି ଚିତ୍ରସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭଗବାନ ବର୍ଦ୍ଧନ ଶିଶୁ ଶିବିର ର ମହତ୍ତ୍ୱ ବିଷୟରେ ଉପସ୍ଥିତ ଶିଶୁଙ୍କ ବୁଝାଇଥିଲେ।ପରିଚାଳନା କମିଟି ର ସଭାପତି ଅଜୟ ଗୋପାଳ ଦାଶ ଓ ସଦସ୍ୟା ପଦ୍ମିନୀ ପାତ୍ର ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ଶିଶୁଙ୍କ ଦ୍ବାରା ବିଭିନ୍ନ ପ୍ରକାର ଖାଦ୍ୟର ଷ୍ଟଲ୍ ସହିତ କୌଳିକ ବୃତିର ମଧ୍ଯ ପ୍ରଦର୍ଶନ କରା ଯାଇଥିଲା। ଶେଷରେ ପଞ୍ଚମ ଶ୍ରେଣୀ ର କୃତି ଛାତ୍ର ଛାତ୍ରୀ ଙ୍କୁ ସରକାରୀ ବୃତ୍ତି ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ସେବକ ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

