ଢେଙ୍କାନାଳ, ୨୬/୧୧(ପାଇକପୁଅ)ଢେଙ୍କାନାଳ ଜିଲ୍ଳାର ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଖାଦ୍ୟ ଯୋଗାଣ ଓଡ଼ିଆ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।
ଚଳିତ ଖରିଫ ଋତୁ ପାଇଁ ଧାନ କିଣା ତାରିଖ, ଟୋକେନ୍ ବଣ୍ଟନ, ସମନ୍ୱୟ ସହ ନିର୍ଦ୍ଧାରିତ ସମୟରେ ଧାନ କ୍ରୟ, ମଣ୍ଡି ପ୍ରସ୍ତୁତି, ଧାନ ସଂଗ୍ରହ ପ୍ରକ୍ରିୟାରେ ସୁପରଭାଇଜର ଅଫିସର ଓ ବ୍ଲକ୍ ନୋଡାଲ ଅଫିସର ନିଯୁକ୍ତି, ଧାନର ମାନ ଯାଞ୍ଚ ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁଷ୍ଠିତ ବୈଠକରେ ଆଲୋଚନା କରିବା ସହ ଚାଷୀ ଭାଇଭଉଣୀଙ୍କ ପାଇଁ ଏଥର ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିଛନ୍ତି।

