ବାରିପଦା,୨୬/୧୧(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆଜିର ଦିନରେ ଡ଼କ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସଭାପତିତ୍ବରେ ପ୍ରସ୍ତୁତ ହୋଇଥିବା ପୃଥିବୀର ସର୍ବବୃହତ ସମ୍ବିଧାନକୁ ଅଙ୍ଗିକାର କରିବାକୁ ସହମତି ପ୍ରକାଶ କରିଥିଲୁ ଏବଂ ଏହି ସମ୍ବିଧାନ ହେଉଛି ଆମ ଦେଶର ଆତ୍ମା।ବୋଲି କହିବା ସହ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନା ପାଠ କରାଇଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ କପ୍ତିପଦା ପିଏଆଇଟିଡିଏ , ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନର ଡେପୁଟି କଲେକଟର, ସହକାରୀ ଜିଲ୍ଲାପାଳ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ବିଧାନର ପ୍ରସ୍ତାବନାକୁ ପାଠ କରିଥିଲେ।

