କଟକ, ୨୪/୧୧(ପାଇକପୁଅ): କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଓ କିଛି ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଗାଈ ଗୁହାଳକୁ ଯାଇ ଯାଞ୍ଚ କରିଛି ଟିମ୍ । କ୍ଷୀର ସହିତ ପନିର ଗୁଣବତ୍ତା ଯାଞ୍ଚ ହୋଇଛି । ଯାଞ୍ଚ ବେଳେ ସିଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

