ବାରିପଦା,୨୨/୧୧(ପାଇକପୁଅ)ଓଡିଶା ଫାର୍ମାସୀ ସେବା ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ୬୪ତମ ଜାତୀୟ ଫାର୍ମାସୀ ସପ୍ତାହ ଉଦଯାପିତ ହୋଇଯାଇଛି।ଏହି ଉପଲକ୍ଷେ ସକାଳେ ଆୟୋଜିତ ଏକ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲା ସାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାଶ ଏବଂ ମୟୂରଭଞ୍ଜ ମେଡିକାଲ ଏକାଡେମିର ଅଧ୍ୟକ୍ଷ ଅଶୋକ କୁମାର ଦ୍ବାରି ଉଦଘାଟନ କରିଥିଲେ।ପରେପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସଂଘର ସଭାପତି ଚିନ୍ମୟ କୁମାର ସ୍ନିହାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥୀ, ପିଆରଏମ ମେଡିକାଲ କଲେଜର ଅଧ୍ୟକ୍ଷ ଡା. ରୀତାଞ୍ଜଳୀ ବେହେରା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାଶ, ଡିପିଏମ ଅନୀଲ କୁମାର ମହାନ୍ତି, ମୟୁରଭଞ୍ଜ ମେଡିକାଲ ଏକାଡେମୀର ଅଧ୍ୟକ୍ଷ ଅଶୋକ କୁମାର ଦ୍ବାରି, ଡ୍ରଗ୍ସ ନିୟନ୍ତ୍ରକ ଦିବ୍ୟରଞ୍ଜନ ନାଏକ, ହସପିଟାଲ ମେନେଜର ଶ୍ରୀରାମ ମହାନ୍ତି, ଉପସଭାପତି ସଂଜୀବ ସାହୁ ଯୁଗ୍ମ ସମ୍ପାଦକ ବିକାଶ ପାତ୍ର କୋଷାଧ୍ୟକ୍ଷ ଶୁଶାନ୍ତ ବାଗ, ସିନିୟର ଫାର୍ମାସିଷ୍ଟ ଅଜିତ କୁମାର ବେହେରା, ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଫାର୍ମାସିଷ୍ଟ ମାନେ ଓଡିଶା ସାସ୍ଥ୍ୟ ସେବାର ମେରୁଦଣ୍ଡ ବୋଲି କହିଥିଲେ। ସଭାରେ ଅଧିକ ଫାର୍ମାସୀ ଅଫିସର ନିଯୁକ୍ତି ସହିତ ମୂଳ ଦରମା ୯୩୦୦ ଗ୍ରେଡ ପେ ୪୨୦୦ ବୃଦ୍ଧି ପାଇଁ ଦାବୀ କରା ଯାଇଥିଲା. ରୂପନାରାୟଣ ପ୍ରତିହାରୀ ଏବଂ ସ୍ୱର୍ଣ୍ଣଲକ୍ଷ୍ମୀ ରାଉତ ଅତିଥୀ ପରିଚୟ ଦେଇଥିବା ବେଳେ ଫାର୍ମାସୀ ଅଫିସର ତପନ କଲିଆ, ମାନିକଲାଲ ଘୋଷ ସୀମା ସେଠୀ, ଦେବାଶିଷ ନାୟକ, ରଶ୍ମିରଞ୍ଜନ ଦାଶ, ରୁପେନ୍ଦ୍ର ନାଥ ସିଂ, ଖଗେନ୍ଦ୍ର ପାତ୍ର, ବନଲତା ବାରିକ, ରୁପାଲି ଭଦ୍ର ଶ୍ମିତା ପରିଡା, ଅନିଲ ଗୁପ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

