ଭୁବନେଶ୍ୱର,୦୬/୧୧(ପାଇକପୁଅ) ସବୁବର୍ଷ ଭଳି ଏବର୍ଷ ମଧ୍ୟ ରସୁଲଗଡ ଦୁର୍ଗା ପଡିଆରେ ମେଘା ସପିଙ୍ଗ ବଜାର ତରଫରୁ ଗତକାଲି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ଦେଶୀ ମେଳା ଓ ଶୀତ ବସ୍ତ୍ର ପ୍ରଦର୍ଶନୀ।ଏହି ମେଳା ଜାନୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଠାରେ ମୋଟ ୫୦ଟି ଷ୍ଟଲ ଖୋଲା ଯାଇଛି ।ଏହି ଷ୍ଟଲ ଗୁଡିକରେ ଦେଶୀ ପାମ୍ପଡ, ଆଚାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରକରଣା ଜିନିଷ, ଶାଢ଼ୀ, ବେଡ଼ସିଟ, ପିଲା ମାନଙ୍କ ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ଶୀତ ବସ୍ତ୍ର ଉପଲବ୍ଧ ହେଉଛି। କମ୍ ଦାମରେ ଓ ଦେଶୀ ଜିନିଷ ଲୋକେ କିପରି ହାତ ପାଆନ୍ତାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ସପିଙ୍ଗ ବଜାରର ଖୋଲା ଯାଇଛି ବୋଲି ସପିଙ୍ଗ ବଜାରର ମୁଖ୍ୟ ମୁନ୍ନା ଭାଇ ପ୍ରକାଶ କରିଛନ୍ତି । ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଉଦଘାଟନ ଦିବସ ଅବସରରେ ଭୁବନେଶ୍ୱର (ଉତ୍ତର)ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରସୁଲଗଡ ଦୁର୍ଗାପୂଜା ପୂଜା କମିଟି ଓ ରସୁଲଗଡ ଗ୍ରାମ୍ୟ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

